ସୂର୍ଯ୍ୟଗ୍ରହଣରେ ଏହି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ: ଶରୀର ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୨୦ ତାରିଖରେ ଲାଗିବ ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ । ଜ୍ୟତିଶଶାସ୍ତ୍ର ଅନୁସାରେ, ଏହି ସୂର୍ଯ୍ୟଗ୍ରହଣ ସମୟରେ ଆଖପାଖର ସମସ୍ତ ଜିନିଷ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଏହାବ୍ୟତୀତ ରାଶିଚକ୍ରର ସମସ୍ତ ରାଶି ଉପରେ ମଧ୍ୟ ଏହାର ପ୍ରଭାବ ଦେଖାଯାଏ ବୋଲି କୁହାଯାଏ । ତେବେ କିଛି ଲୋକଙ୍କ ପାଇଁ ଏହି ରାଶି ଶୁଭ ହୋଇଥିବା ବେଳେ କିଛି ରାଶି ପାଇ ଏହା ଖୁବ ଅଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆଗାମୀ ସୂର୍ଯ୍ୟଗ୍ରହଣରେ କେଉଁ ରାଶି ଉପରେ ଏହାର ଖରାପ ପ୍ରଭାବ ରହିବ ।

ମେଷ ରାଶି: ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ମେଷ ରାଶି ପାଇଁ ଅଶୁଭ ରହିବ ଏବଂ ଏହି ରାଶିର ବ୍ୟକ୍ତି ମାନଙ୍କୁ ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିପାରେ । ଏହାଦ୍ୱାରା ଆପଣଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ । ଜୀବନସାଥୀଙ୍କ ସହ ବାଦବିବାଦ ଭଳି ପରିସ୍ଥିତିରୁ ନିଜକୁ ଦୂରେଇ ରଖନ୍ତୁ । ଏହାବ୍ୟତୀତ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଆର୍ଥିକ ସ୍ଥିତି କମଜୋର ହୋଇପାରେ । ଏହାଦ୍ୱାରା ଚିନ୍ତା ବୃଦ୍ଧି ପାଇବ ଏବଂ ମାନସିକ ଦୁଶ୍ଚିନ୍ତାରେ ରହିପାରନ୍ତି ଏହି ରାଶିର ବ୍ୟକ୍ତିବିଶେଷ । ବିଶେଷ କରି ନିଜର ସ୍ୱାସ୍ଥ୍ୟ ପକ୍ଷେ ଅଧିକ ଯତ୍ନବାନ ରୁହନ୍ତୁ ।

କନ୍ୟା ରାଶି: ଏହି ରାଶିର ଲୋକମାନଙ୍କ ପାଇଁ ପ୍ରଥମ ସୂର୍ଯ୍ୟଗ୍ରହଣ ଚିନ୍ତାଜନକ ରହିପାରେ । ତେଣୁ ଏହି ସମୟରେ ଆପଣଙ୍କୁ ଗାଡିଚାଳନା ସମୟରେ ସାବଧାନ ରହିବାକୁ ପଡିବ । ଏହି ସଳୂର୍ଯ୍ୟଗ୍ରହଣ ଆପଣଙ୍କ ମାନସିକ ଚିନ୍ତା ଏବଂ ପୀଡାର କାରଣ ହୋଇପାରେ । ତେଣୁ ବୁଝି-ବିଚାରୀ କଥା କହିବା ସହ ଖର୍ଚ୍ଚ ଉପରେ ମଧ୍ୟ ନିୟନ୍ତ୍ରଣ ରଖନ୍ତୁ ।

ତୁଳା ରାଶି: ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମଧ୍ୟ ସୂର୍ଯ୍ୟଗ୍ରହଣର ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ । ଏହି ସମୟ ମଧ୍ୟରେ ଧନହାନିର ଆଶଙ୍କା ଦେଖାଦେଉଛି । କୌଣସି ବ୍ୟକ୍ତିଙ୍କୁ ଟଙ୍କା ଦିଅନ୍ତୁ ନାହିଁ କିମ୍ବା କୌଣସି ବଡ ନିବେଶ ମଧ୍ୟ କରନ୍ତୁ ନାହିଁ । ଟଙ୍କା ସଞ୍ଚୟ କରି ରଖିବା ପାଇଁ ଚେଷ୍ଟା କରନ୍ତୁ । ପରିବାରରେ ବିବାଦ ଭଳି ସ୍ଥିତିରୁ ଦୂରେଇ ରହିବା ସହ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।