fbpx

ଜିଓ ୟୁଜର୍ସଙ୍କୁ ମାଗଣାରେ ମିଳିବ ଆମାଜନ୍ ପ୍ରାଇମ୍-ନେଟଫ୍ଲିକ୍ସର ସବସ୍କ୍ରିପସନ୍, ଜାଣନ୍ତୁ କ’ଣ ରହିଛି ଅଫର୍

ନୂଆଦିଲ୍ଲୀ: ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆପଣ ମାଗଣାରୋ ଆମାଜନ ପ୍ରାଇମ ଓ ନେଟଫ୍ଲିକ୍ସ ଓଟିଟି ପ୍ଲାଟଫର୍ମର ମଜା ଉଠାଇ ପାରିବେ । ଗତ କିଛି ମଧ୍ୟରେ ଓଟିଟି ପ୍ଲାଟଫର୍ମର କ୍ରେଜ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏପରି ପରିସ୍ଥିତିରେ ଜିଓ ନିଜର ୟୁଜର୍ସଙ୍କୁ ଧ୍ୟାନରେ ରଖି ମାଗଣାରେ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓ ଅଫର ପ୍ରଦାନ କରୁଛି । ଯଦିଓ ଏହି ଅଫର ଜିଓ ପୋଷ୍ଟପେଡ୍ ବ୍ୟବହାରକାରୀଙ୍କ ପାଇଁ ରହିଛି । ଜିଓର ପୋଷ୍ଟପେଡ୍ ଯୋଜନାରେ ଏପରି କିଛି ଅଫର୍ ଅଛି, ଯେଉଁଥିରେ ଆପଣ ଏହି ଉଭୟ ଓଟିଟି ପ୍ଲାଟଫର୍ମର ସବସ୍କ୍ରିପସନ୍ ପାଇପାରିବେ ।

ଜିଓର ପୋଷ୍ଟପେଡ୍ ପ୍ଲାନରେ ଏପରି ଦୁଇଟି ଯୋଜନା ଅଛି, ଯେଉଁଥିରେ ଆପଣଙ୍କୁ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓର ବିଲକୁଲ ମାଗଣା ସବସ୍କ୍ରିପସନ୍ ପାଇପାରିବେ । ଏହି ଯୋଜନାଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା…

ଜିଓର ୬୯୯ ଟଙ୍କିଆ ପୋଷ୍ଟପେଡ୍ ପ୍ଲାନ୍-
ଜିଓର ଏହି ଯୋଜନା ହେଉଛି ମାସିକିଆ ପ୍ଲାନ୍ । ଜିଓ ବ୍ୟବହାରକାରୀମାନେ ୬୯୯ ଟଙ୍କା ଯୋଜନାରେ ଅନେକ ସୁବିଧା ପାଆନ୍ତି । ଏହି ଯୋଜନାରେ ଗ୍ରାହକମାନେ ୧୦୦ ଜିବି ଡାଟା ପାଆନ୍ତି । ସଂପୂର୍ଣ୍ଣ ଡାଟା ସରିବା ପରେ ଗ୍ରାହକଙ୍କୁ ଜିବି ପିଛା ୧୦ ଟଙ୍କା ଦେବାକୁ ପଡିଥାଏ । ଏହି ଯୋଜନାରେ ସବୁଠାରୁ ବଡ ସୁବିଧା ହେଉଛି ଆପଣ ନିଜ ପରିବାରର ୩ ଟି ସିମ୍ ଯୋଡିପାରିବେ । ସମସ୍ତ ସଦସ୍ୟ ସିମରେ ୫ ଜିବି ଅତିରିକ୍ତ ତଥ୍ୟ ପାଇବେ । ୟୁଜର୍ସମାନେ ଏଥିରେ ଅସୀମିତ ଭଏସ୍ କଲିଂ ମଧ୍ୟ ପାଆନ୍ତି ।

ଏଥିରେ ଓଟିଟି ସବସ୍କ୍ରିପସନ୍ ଅଫର ଯଥା- ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ମାଗଣାରେ ଉପଲବ୍ଧ । ଏହା ବ୍ୟତୀତ ଜିଓଟିଭି, ଜିୟୋ ସିନେମା, ଜିଓ ସିକ୍ୟୁରିଟିର ସବସ୍କ୍ରିପସନ୍ ମଧ୍ୟ ସାମିଲ ରହିଛି । ଏହି ଯୋଜନାରେ ଆମାଜନ ପ୍ରାଇମ ଭିଡିଓ ସବସ୍କ୍ରିପସନ୍ ୧ ବର୍ଷ ପାଇଁ ରହିଛି । ସେହିପରି ଜିଓର ୧୪୯୯ ଟଙ୍କିଆ ପ୍ଲାନ ରହିଛି, ଯେଉଁଥିରେ ଆପଣ ମାଗଣାରେ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ସବସ୍କ୍ରିପସନ୍ ପାଇପାରିବେ ।

Get real time updates directly on you device, subscribe now.