fbpx

Video: ପ୍ରଥମେ କଲେ ଚୁମ୍ବନ, ପରେ ଜିଭ ଦେଖାଇ କହିଲେ ଏହି କଥା, ଦଲାଇଲାମାଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଧର୍ମଗୁରୁ ଦଲାଇଲାମାଙ୍କ ଏକ ଭିଡିଓ ଖୁବ ଜୋରରେ ଭାଇରାଲ ହେବାକୁ ଲାଗିଛି । ଏହି ଭିଡିଓରେ ସେ ଏକ ଛୋଟ ପିଲାକୁ ଚୁମ୍ବନ ଦେଇଥିବାର ନଜର ଆସିଛି । ଶିଶୁକୁ ଚୁମ୍ବନ ଦେବା ପରେ ଦଲାଇନାମା ନିଜ ଜିଭକୁ ବାହାର କରି କହିଛନ୍ତି ଯେ, ‘ସକ ମାଇଁ ଟଙ୍ଗ’ ବା ମୋ ଜିଭକୁ ଶୋଷ । ଏନେଇ ଦଲାଇନାମାଙ୍କୁ ନେଇ ଆଲୋଚନା ଜାରି ରହିଛି ।

ସୂଚନା ଅନୁଯାୟୀ, ଏକ ବୌଦ୍ଧ କାର୍ଯ୍ୟକ୍ରମରେ ଜଣେ ଛୋଟ ପିଲା ଦଲାଇଲାମାଙ୍କୁ ଆଲିଙ୍ଗନ କରିବା ପାଇଁ ଇଚ୍ଛା କରିଥିଲା । ଏହାପରେ ଦଲାଇଲାମା ସେହି ଶିଶୁକୁ ପାଖକୁ ଡାକିଥିଲେ । ଦଲାଇନାମା ଶିଶୁ ସହ କଥା ହୋଇ ପ୍ରଥମେ ଶିଶୁର ଓଠକୁ ଚୁମ୍ବନ ଦେଇଥିଲେ ଏବଂ ପରେ ଶିଶୁକୁ କହିଥିଲେ ନିଜ ଜିଭ ବାହର କରି ତାଙ୍କ ଜିଭକୁ ଶୋଷିବା ପାଇଁ କହିଥିଲେ । ଏହି କଥା କହିବା ପରେ ସେହି କାର୍ଯ୍ୟକ୍ରମରେ ବସିଥିବା ଲୋକ ଜୋରରେ ହସିବାକୁ ଲାଗିଥିଲେ ।

ଭିଡିଓ ଭାଇରାଲ ହେବାପରେ, ଦଲାଇନାମାଙ୍କ ଅନୁଗାମୀ କହିଛନ୍ତି ଯେ, ସେ ସେହି ଶିଶୁଙ୍କ ସହ ଥଟ୍ଟା କରୁଥିଲେ । ଭାଇରାଲ ଭିଡିଓରେ ଟ୍ୱିଟର ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ସେ ଶିଶୁ ସହ ଥଟ୍ଟା ହିଁ କରିଛନ୍ତି । କାରଣ ତା ପରେ ସେ ନିଜ ଜିଭକୁ ଭିତରକୁ ପୁରାଇ ଦେଇଥିଲେ ।
ସେହିପରି ଅନ୍ୟ ଏକ ୟୁଜର୍ସ ଲେଖିଛନ୍ତି ଯେ, ଜଣେ ଶକ୍ତିଶାଳୀ ବୟସ୍କଙ୍କ ଏପରି କରିବା ଏକ ଯୌନ ଶୋଷଣ କଥା ଅଟେ । ବହୁ ଗୁଡିଏ ଲୋକ ତାଙ୍କର ଏହି ବ୍ୟବହାରକୁ ଖରାପ କହିଛନ୍ତି । ଅନ୍ୟ ଏକ ବ୍ୟବହାରକାରୀ କହିଛନ୍ତି ଯେ, ଏହି ଭିଡିଓ ଦେଖି ମୁ ଚମକି ପଡିଲି । ଦଲାଇ ଲାମା ଏହି ଯୌନ ସଂପର୍କୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ।

Get real time updates directly on you device, subscribe now.