‘ଭଗବାନ କିଛି ଅଲଗା ଚାହୁଁଛନ୍ତି’.. ଆପକୁ ଜାତୀୟ ଦଳର ମାନ୍ୟତା ମିଳିବା ଖୁସିରେ ଭାବବିହ୍ୱଳ ହେଲେ ଆପ ମୁଖିଆ

ନୂଆଦିଲ୍ଲୀ: ଜାତୀୟ ଦଳର ମାନ୍ୟତା ପାଇବା ପରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ ସେ କହିଛନ୍ତି, ‘ଦେଶରେ ୬ଟି ଜାତୀୟ ଦଳ ଅଛନ୍ତି। ଏଥିପାଇଁ ଆମେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛୁ। ଭଗବାନ ମୋତେ ଶୂନରୁ ଆଣିଛନ୍ତି । ଆଜି,ଆମ ସମସ୍ତଙ୍କ ପାଇଁ ଏକ ସୁଖ ଅବସର। ଆଉ ଏହି ସମୟରେ ସେ ମନୀଷ ସିସୋଦିଆ ଏବଂ ସତେନ୍ଦ୍ର ଜୈନଙ୍କୁ ବହୁତ ମନେ ପକାଉଛୁ ବୋଲି କହିଛନ୍ତି ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ‘ଜାତୀୟ ବିରୋଧୀ ଶକ୍ତି ଆମ୍ ଆଦମୀ ପାର୍ଟିକୁ ବିରୋଧ କରୁଛନ୍ତି।କିନ୍ତୁ ବଦଳରେ ଦେଖନ୍ତୁ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ‘ଆମ୍ ଆଦମୀ ପାର୍ଟିରେ ଦେଶର କୋଟି କୋଟି ଲୋକଙ୍କ ଆଶା ଏବେ ବିଶ୍ୱାସରେ ପରିଣତ ହୋଇଛି। ପ୍ରଭୁଙ୍କ ଆଶୀର୍ବାଦ ସହିତ, ଆମେ ଏହି ଦାୟିତ୍ୱକୁ ସମ୍ପୂର୍ଣ୍ଣ ସଚ୍ଚୋଟତା ସହିତ ପୂରଣ କରିବୁ ।

ଅରବିନ୍ଦ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି, ‘ଆମେ ଦେଶ ପାଇଁ କାର୍ଯ୍ୟ କରିବା ସହିତ ଏହି ଦେଶ ପାଇଁ ଶହୀଦ ହେବାକୁ ଆପକୁ ଆସିଛୁ। ଯଦି କେହି ପଦବୀ କିମ୍ବା ଟଙ୍କା ପାଇଁ ଲୋଭ କରନ୍ତି, ତେବେ ଦଳ ଛାଡିଦିଅନ୍ତୁ । ସମସ୍ତ ଜାତୀୟ ବିରୋଧୀ ଶକ୍ତି ଆମକୁ ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣରେ ଅଟକାଇବାକୁ ଚାହୁଁଛନ୍ତି। ତେଣୁ ସମସ୍ତେ ଜେଲ ଯିବାକୁ ପ୍ରସ୍ତୁତ ରୁହନ୍ତୁ। ଏହା ବ୍ୟତୀତ ସେ କହିଛନ୍ତି, ‘ଆମର ସ୍ଥିତି କ’ଣ, ଆମେ କେବଳ ଏଥିପାଇଁ କେତେ ସଙ୍ଘର୍ଷ କରିଛୁ ତାହା ସଭିଙ୍କୁ ଜଣା । ଏହାର ଅର୍ଥ ଭଗବାନ ଚାହାଁନ୍ତି ଯେ ଆମେ ଦେଶ ପାଇଁ କିଛି କରିବାର ଅଛି । ଆଉ ବର୍ତ୍ତମାନ ସ୍ଥିତିରେ ଏଯେଉଁ ମାନ୍ୟତା ମିଳିଛି ଏହା ବିରୋଧୀ ମାନଙ୍କୁ ମଧ୍ୟ ସଠିକ ଉତ୍ତର ଦେଇଛି ।

ସୂଚନାମୁତାବକ ଗତକାଲି ଆମ୍ ଆଦମୀ ପାର୍ଟୀକୁ ଜାତୀୟ ଦଳ ମାନ୍ୟତା ମିଳିଛି । ୨୦୧୨ ରେ ଆନ୍ନା ହଜାରେଙ୍କ ନେତୃତ୍ୱରେ ଏହି ଦଳ ଆରମ୍ଭ ହେଇଥିଲା ଆଉ ବର୍ତ୍ତମାନ ଦୁଇଟି ରାଜ୍ୟ – ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାରେ ଅଛି ।