fbpx

ନୂତନ ଏବଂ ଭିନ୍ନ ଭାରତ ଏବେ ଜବାବ ଦେବା ଜାଣେ, ପୁଣିଥରେ ଚୀନ୍-ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତର ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ନିଜର ନିର୍ଭିକ ଏବଂ ସିଧାସଳଖ ନିଜର ମତ ରଖିବା ପାଇଁ ଜଣା। ଯେଉଁମାନେ ଭାରତ ଆଡକୁ ଆଖି ଉଠାଇ ଚାହୁଛନ୍ତି ଏବଂ ଶିକ୍ଷା ଦେଉଛନ୍ତି ସେମାନଙ୍କ ମୁହଁରେ ଜବାବ ଦେବାକୁ ସେ କୌଣସି ସୁଯୋଗ ଛାଡନ୍ତି ନାହିଁ। ସେ ପୁଣିଥରେ ଚୀନ୍ ଏବଂ ପାକିସ୍ତାନକୁ କହିଛନ୍ତି ଯେ ଆଜିର ଭାରତ ଅଲଗା ଏବଂ ନୂଆ। ସେ କହିଛନ୍ତି ଯେ, ଯେଉଁ ଶକ୍ତି ଦଶନ୍ଧି ଧରି ଭାରତରେ ଆତଙ୍କ ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି, ସେମାନେ ଜାଣିଛନ୍ତି ନୂଆ ଭାରତକୁ ଜାଣିଛନ୍ତି, ଯିଏ ଜବାବ ଦେଇପାରେ। ତେବେ ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଯାହା ଚ୍ୟାଲେଞ୍ଜ ରହିଛି, ଦେଶ ତାହାର ମୁକାବିଲା କରିବାକୁ ପ୍ରସ୍ତୁତ।

ୟୁଗାଣ୍ଡାରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ଯେ, କିପରି ନୁଆ ଭାରତ ପ୍ରସ୍ତୁତ ହେଉଛି । ଚୀନ୍ ଏବଂ ପାକିସ୍ତାନ ସୀମାରେ ଦେଶ ସମ୍ମୁଖୀନ ହେଉଥିବା ଆହ୍ୱାନ୍ ଉପରେ ଜୟଶଙ୍କର କହିଛନ୍ତି ଯେ ଆଜି ଲୋକମାନେ ଏକ ନୂତନ ଏବଂ ଭିନ୍ନ ଭାରତ ଦେଖୁଛନ୍ତି । ଏହି ଭାରତ ଛିଡା ହୋଇଛି ଏବଂ ଉରି ହେଉ ବା ବାଲାକୋଟ ହେଉ, ନିଜକୁ ରକ୍ଷା କରିବାରେ ସକ୍ଷମ ।

୨୦୧୬ ଉରୀ ଆର୍ମି କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହାପରେ ଭାରତ ପାକ ଅଧିକୃତ କାଶ୍ମୀରରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ଏହାପରେ ୨୦୧୯ରେ ପୁଲୱାମାରେ ସିଆରପିଏଫ୍ ଆକ୍ରମଣ ହୋଇଥିଲା । ଯେଉଁଥିରେ ୪୦ ଜବାନ ଶହିଦ ହୋଇଯାଇଥିଲେ । ଏହାପରେ ଭାର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା ।

Get real time updates directly on you device, subscribe now.