fbpx

୫୦୦ ଫୁଟ୍ ତଳକୁ ଖସି ପଡିଲା ବସ୍ ; ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ମୃତ, ୩୦ ଜଣ ଗୁରୁତର ଆହତ

ନୂଆଦିଲ୍ଲୀ : ଘାଟି ତଳକୁ ଏକ ଯାତ୍ରୀବାହୀ ବସ୍ ଖସିପଡିଛି । ଏହି ଭୟାବହ ସଡ଼କ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନାହିଁ । ଏହି ଦୁର୍ଘଟଣାରେ ୩୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏପର୍ଯ୍ୟନ୍ତ ମୃତକ ଓ ଆହତଙ୍କ ବିଷୟରେ କୌଣସି ତଥ୍ୟ ମିଳିପାରିପାରିନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ଅଧିକ ତଥ୍ୟ ମିଳିପାରିନାହିଁ ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ରାଇଗଡର ଖୋପୋଲି ଅଞ୍ଚଳରେ ଏକ ବସ୍ ଘାଟି ତଳକୁ ଖସିପଡିବାରୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୫ ରୁ ୩୦ ଜଣ ଆହତ ହୋଇଥିଲେ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ରାୟଗଡର ଏସପି କହିଛନ୍ତି। ଏହି ଭୟଙ୍କର ସଡ଼କ ଦୁର୍ଘଟଣା ପୁରୁଣା ମୁମ୍ବାଇ-ପୁଣେ ରାଜପଥରେ ଘଟିଛି। ଏହି ରାଜପଥରେ ବୋରହାଟ ଠାରେ ଏକ ଘରୋଇ ବସ୍ ଘାଟିରେ ପଡ଼ିଯାଇଥିଲା। ଏହି ବସ୍ ପୁଣେରୁ ମୁମ୍ବାଇକୁ ଆସୁଥିଲା। ବସ୍‌ରେ ସମୁଦାୟ ୪୦-୪୫ ଯାତ୍ରୀ ଥିଲେ। ଡ୍ରାଇଭର ବସ୍ ନିୟନ୍ତ୍ରଣ ହରାଇବାରୁ ଏହି ବଡ ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି। ଉଦ୍ଧାରକାରୀ ଦଳ ଏବଂ ରାଇଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.