fbpx

Video: ନକଲି ନିଯୁକ୍ତିର ପ୍ରମାଣରେ ନିଆଁ ଲଗାଇଲେ ଅଭିଯୁକ୍ତ, ନିଆଁ ଲିଭାଇ ପାଉଁଶରୁ ପ୍ରମାଣ ଖୋଜିଲା CBI

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଶିକ୍ଷକ ହତ୍ୟା ମାମଲାରେ ସିବିଆଇ ଅଭିଯୁକ୍ତମାନଙ୍କ ଉପରେ ଛାପା ମାରିବା ଜାରି ରଖିଛି। ଏହାରି ମଧ୍ୟରେ ଦକ୍ଷିଣ ୨୪ ପାରଗନା ଅଞ୍ଚଳରେ ମଙ୍ଗଳବାର ସକାଳୁ ଏକ ବିଲରେ ସରକାର କାଗଜପତ୍ର ଜଳୁଥିବା ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ, ଅନ୍ଧାର ରାତିରେ କେହି ଏହି କାଗଜପତ୍ରକୁ ବିଲରେ ଛାଡ଼ି ଯାଇଛି। ସେଥିରେ ନିଆଁ ମଧ୍ୟ ଲଗାଯାଇଛି। ଏଠାରୁ ଆସିଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ବଡ଼ ବିଲରେ ଗୁଡ଼ାଏ ଡକ୍ୟୁମେଣ୍ଟରେ ନିଆଁ ଲାଗିଛି । ତେବେ ଏପର୍ଯ୍ୟନ୍ତ ଏହା ଜଣାପଡିନାହିଁ କି ଏହି କାଗଜପତ୍ର ଗୁଡ଼ିକ କଣ ଏବଂ ସେଥିରେ କଣ ପାଇଁ ନିଆଁ ଲଗାଯାଇଛି। ସିବିଆଇ ଅଧିକାରୀ ସେଠାରେ ପହଞ୍ଚି ପାଉଂଶରୁ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି ।

ତେବେ ଏହି ବିଲରେ ଜଳୁଥିବା କାଗଜ ଗୁଡ଼ିକୁ ସରକାରୀ ଡକ୍ୟୁମେଣ୍ଟ ବୋଲି କୁହାଯାଉଛି । ଏହି ସୂଚନା ମିଳିବା ମାତ୍ରେ ସିବିଆଇ ଟିମ୍ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ସେମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଏବଂ ଜଳୁଥିବା କାଗଜରୁ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରୁଥିଲେ । ତେବେ ପ୍ରଥାମିକ ଖବରୁ ସୂଚନା ମିଳିଛି ଯେ, ଜଳୁଥିବା ଡକ୍ୟୁମେଣ୍ଟ ବିହାର ସରକାରଙ୍କ ୨୦୦୮ ଏବଂ ୨୦୧୦ ବର୍ଷର ମତ୍ସ୍ୟ ବିଭାଗର ଅଟେ ।

ସକାଳରୁ ସ୍ଥାନୀୟ ଲୋକମାନେ ଦେଖିଲେ ଯେ, କାଗଜପତ୍ର ଜଳି ଆସି ବଗିଚାରେ ଜମା କରାଯାଇଛି । ସ୍ଥାନୀୟ ତୃଣମୁଳ କଂଗ୍ରେସ ନେତା ଗୌତମ ମଣ୍ଡଳ ଏବଂ ରାକେଶ ରାୟ ଚୌଧୂରୀଙ୍କ କାଗଜ ଜଳୁଥିବା ବିଲର ମାଲିକ ଅଟନ୍ତି। ଗୌତମ ଏବଂ ରାକେଶ ମଧ୍ୟ ପାର୍ଥ ଚାଟାର୍ଜୀ ଏବଂ କ୍ୟାନିଂ ଇଷ୍ଟ ବିଧାୟକ ଶୌକତ ମଲ୍ଲିକଙ୍କ ନିକଟତର ବୋଲି କୁହାଯାଏ। ତେବେ ଯେତେବେଳେ ରାକେଶଙ୍କୁ ଯୋଗାଯୋଗ କରାଯାଇଥିଲା ସେତେବେଳେ ସେମାନେ ଦାବି କରିଥିଲେ ଯେ ଏହି ଜମି ସେମାନଙ୍କର ନୁହେଁ। ତାଙ୍କ କହିବାନୁସାରେ, ଏହି ଜମିର ମାଲିକ ବିହାରର ବାସିନ୍ଦାଙ୍କର ଅଟେ । ବିଜେପି ନେତା ଅମିତ ମାଲଭ୍ୟ ଏ ବିଷୟରେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ମୂଳତଃ ଡକ୍ୟୁମେଣ୍ଟଗୁଡିକ ୨୦୦୮-୨୦୧୦ ରୁ ଅଟେ। କିନ୍ତୁ ଡକ୍ୟୁମେଣ୍ଟ ଜାଳିବା ଏକ ରହସ୍ୟ ହୋଇ ରହିଛି । ଏହାର ଅର୍ଥ କ’ଣ କିଛି ବଡ ନାମ, କିଛି ଦୁର୍ନୀତି ଲୁଚାଇବାକୁ ଚେଷ୍ଟା ଚାଲିଛି? ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମ ମାମଲାରେ ସିବିଆଇ ଏପର୍ଯ୍ୟନ୍ତ ତିନିଜଣ ତୃଣମୁଳ କଂଗ୍ରେସ ବିଧାୟକଙ୍କ ସମେତ ଅନେକ ନେତାଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.