fbpx

ସେଭିଙ୍ଗ ଆକାଉଣ୍ଟ ଅପେକ୍ଷା ସାଲାରୀ ଆକାଉଣ୍ଟ କେତେ ଲାଭଦାୟକ? ଜାଣି ରଖନ୍ତୁ ସମସ୍ତ ଫାଇଦା

ନୂଆଦିଲ୍ଲୀ: ସାଲାରୀ ଆକାଉଣ୍ଟ ବିଷୟରେ ଆପଣ ତ ନିଶ୍ଚୟ ଜାଣିଥିବେ । ଏହି ଆକାଉଣ୍ଟ ଦ୍ୱାରା କମ୍ପାନୀ ତରଫରୁ କର୍ମଚାରୀଙ୍କ ଆକାଉଣ୍ଟକୁ ମାସିକ ଦରମା ଆସିଥାଏ । ଏହି ସାଲାରୀ ଆକାଉଣ୍ଟରେ ଅନେକ ଫାଇଦା ପାଇପାରନ୍ତି ଗ୍ରାହକ । ସେଥିପାଇଁ ସାଧାରଣ ସେଭିଙ୍ଗସ ଆକାଉଣ୍ଟ ଅପେକ୍ଷା ସାଲାରୀ ଆକାଉଣ୍ଟ ଖୁବ ଅଲଗା ହୋଇଥାଏ । ଏହା ସେହିସବୁ ଫାଇଦା ଉପଲବ୍ଧ କରାଇଥାଏ, ଯାହା ସେଭିଙ୍ଗସ ଆକାଉଣ୍ଟରେ ମିଳି ନଥାଏ ।

ସାଲାରୀ ଆକାଉଣ୍ଟରେ ଗ୍ରାହକଙ୍କୁ ଜିରୋ ବାଲାନ୍ସର ସୁବିଧା ମିଳିଥାଏ, ଯାହା ହେଉଛି ସବୁଠୁ ବଡ ଫାଇଦା । ଯଦି ଆପଣ ଏହି ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖି ନାହାନ୍ତି, ତେବେ ବ୍ୟାଙ୍କକୁ କୌଣସି ପେନାଲ୍ଟି ଦେବାକୁ ପଡିବନି । କିନ୍ତୁ ସେଭିଙ୍ଗସ ଆକାଉଣ୍ଟରେ ଗ୍ରାହକଙ୍କୁ ମିନିମମ୍ ବାଲାନ୍ସ ମେଣ୍ଟେନ ନ କଲେ ଜରିମାନା ଦେବାକୁ ପଡିବ । ନିଜ କର୍ମଚାରୀମାନଙ୍କର ସାଲାରୀ ଆକାଉଣ୍ଟ ଖୋଲିବା ପାଇଁ ବ୍ୟାଙ୍କଗୁଡିକ ସହ ଟାଇ-ଅପ୍ କରିଥାଏ ।

  • ମାଗଣା ଏଟିଏମ: ଅନେକ ବ୍ୟାଙ୍କ ସାଲାରୀ ଆକାଉଣ୍ଟରେ ମାଗଣା ଏଟିଏମ ସୁବିଧା ଦେଇଥାନ୍ତି । ଏହି ସୁବିଧା ମାଧ୍ୟମରେ ଆପଣଙ୍କୁ ଏଟିଏମରେ ଟ୍ରାଞ୍ଜାକ୍ସନର କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନି । ଏହାବ୍ୟତୀତ ଏଥିପାଇଁ ଆକାଉଣ୍ଟରେ ବାର୍ଷିକ ଫିସ୍ ମଧ୍ୟ ଦେବାକୁ ପଡିବନି ।
  • ଲୋନ୍ ସୁବିଧା: ସାଲାରୀ ଆକାଉଣ୍ଟରେ ବ୍ୟକ୍ତିଗତ ଲୋନ୍ ସହ ଜଡିତ ସ୍ପେଶାଲ ଅଫର ମଧ୍ୟ ମିଳିଥାଏ । ସାଲାରୀ ଆକାଉଣ୍ଟରେ ପ୍ରି-ଅପ୍ରୋଭଡ ଲୋନ ସୁବିଧା ମିଳିଥାଏ । ଏହାବ୍ୟତୀତ ହୋମ୍ ଏବଂ କାର୍ ଲୋନ ପାଇଁ ଅଲଗା ଅଫର ଦେଇଥାଏ ଏହି ଆକାଉଣ୍ଟ ।
  • ମାଗଣା ଅନଲାଇନ ଟ୍ରାଞ୍ଜାକ୍ସନ: କିଛି ବ୍ୟାଙ୍କ ନିଜ ଗ୍ରାହକଙ୍କୁ ସାଲାରୀ ଆକାଉଣ୍ଟରେ ମାଗଣା ଅନଲାଇନ ଟ୍ରାଞ୍ଜାକ୍ସନର ସୁବିଧା ଦେଇଥାଏ । ଏହାବ୍ୟତୀତ ସାଧାରଣତଃ ଏନଇଏଫଟି ଏବଂ ଆରଟିଜିଏସ ସୁବିଧା ମଧ୍ୟ ମାଗଣା ମିଳିଥାଏ ।
  • ମାଗଣା ଚେକବୁକ ଏବଂ ଇନ୍ସୁରାନ୍ସ: ଅନେକ ବ୍ୟାଙ୍କ ସାଲାରୀ ଆକାଉଣ୍ଟ ଗ୍ରାହକମାନଙ୍କୁ ମାଗଣା ପାସବୁକ ସହିତ ଚେକବୁକ ପ୍ରଦାନ କରିଥାଏ । ସେହିପରି ଏସଏମଏସ ଚାର୍ଜ ମଧ୍ୟ ଦେବାକୁ ପଡେ ସାଲାରୀ ଆକାଉଣ୍ଟରେ । ଏହାବ୍ୟତୀତ ସାଲାରୀ ଆକାଉଣ୍ଟ ଗ୍ରାହକଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଦୁର୍ଘଟରା ଇନ୍ସୁରାନ୍ସ ଦିଆଯାଇଥାଏ ।

Get real time updates directly on you device, subscribe now.