fbpx

ପୂର୍ବତନ ବିଧାୟକଙ୍କ ଗାଡ଼ିକୁ ଗୁଳିମାଡ଼

ଫୁଲବାଣୀ, ୩୦ା୪(ଓଡ଼ିଶା ଭାସ୍କର): ଫୁଲବାଣୀରେ ବିଜେଡ଼ିର ପୂର୍ବତନ ବିଧାୟକ ଦେବନ୍ଦ୍ରେ କହଁରଙ୍କ ଗାଡ଼ିକୁ ଗୁଳିମାଡ଼ ହୋଇଥିବା ନେଇ ସୂଚନା ମିଳିଛି । ଟାଉନ୍ ଥାନା ଚିତ୍ରକୋଟ ସାହି ନିକଟରେ ଗୁଳିମାଡ଼ ହୋଇଛି । ଏହାସହ ଗୁଳିମାଡ଼ ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରେ ବନ୍ଧୁକ ଜବତ କରିବା ସହ ଜଣକୁ ଅଟକ ରଖିଛି ଟାଉନ ଥାନା ପୋଲିସ । ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । କେଉଁ କାରଣକୁ ନେଇ ଏହି ଗୁଳିମାଡ଼ ହେଲା ତାହା ଜାଣିବା ପାଇଁ ଘଟଣାର ବିଭିନ୍ନ ଦିଗକୁ ତର୍ଜମା କରୁଛି ପୋଲିସ । ପୂର୍ବ ଶତ୍ରୁତା କାରଣରୁ ଏପରି ଘଟିଥିବା ଚର୍ଚ୍ଚା ହୋଇଥିଲେ ମଧ୍ୟ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ୨୦୦୯ ମସିହାରେ ସେ ବିଜେଡ଼ି ଟିକେଟରେ ନିର୍ବାଚନ ଲଢ଼ି ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

Get real time updates directly on you device, subscribe now.