fbpx

ପଞ୍ଚମହାଭୂତରେ ବିଲୀନ ହେଲେ ଋଷି

ମୁମ୍ବାଇ, ୩୦ା୪: ଚନ୍ଦନବାଡ଼ିରେ ଚନ୍ଦନକାଠରେ ପଞ୍ଚମହାଭୂତରେ ବିଲୀନ ହେଲେ ଅଭିନେତା ଋଷି । ମୁମ୍ବାଇ ସ୍ଥିତ ଚନ୍ଦନବାଡ଼ିରେ ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ଋଷି କପୁରଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି ।

ଲକ୍-ଡାଉନ୍ କାରଣରୁ ଶ୍ମଶାନ ଘାଟରେ କେବଳ ୨୪ ଲୋକଙ୍କୁ ଯିବାକୁ ଅନୁମତି ମିଳିଥିଲା। ଅନ୍ତିମ ସଂସ୍କାର ପାଇଁ ମୁମ୍ବାଇ ପୋଲିସ କେବଳ ନୀତୁ କପୁର, ରିମା ଜୈନ, ମନୋଜ ଜୈନ, ଅରମାନ ଜୈନ, ଆଦର ଜୈନ, ଅନୀଷା ଜୈନ, ରାଜୀବ କପୁର, ରଣଧୀର କପୁର, ସୈଫ ଅଲ୍ଲି ଖାନ୍, ବିମଲ ପାରିଖ, ନତାଶା ନନ୍ଦନ, ଅଭିଷେକ ବଚ୍ଚନ, ଡାକ୍ତର ତରଙ୍ଗ, ଆଲିଆ ଭଟ୍ଟ, ଆୟାନ ମୁଖାର୍ଜୀ, ରୋହିତ ଧୱନ, ରାହୁଏ ଜୟ ରାମଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ଆଜି ସକଳେ ୮ଟା ୪୫ ମିନିଟରେ ମୁମ୍ବାଇ ସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ଏକ ଘରୋଇ ହସ୍ପିଟାଲରେ ୬୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ପୂର୍ବରୁ କ୍ୟାନସରରେ ପୀଡ଼ିତ ଥିଲେ । ବିଳମ୍ବିତ ରାତିରେ ଗତକାଲି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆମେରିକାରେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ । କିଛିଦିନ ତଳେ ଆମେରିକାରୁ ଭାରତ ଫେରିଥିଲେ । ଶ୍ରୀ ୪୨୦ ଚଳଚ୍ଚିତ୍ରରେ ସେ ଶିଶୁ କଳାକାର ଭାବେ ନଜର ଆସିଥିଲେ । ମେରା ନାମ୍ ଜୋକରରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ୧୯୭୩ରେ ବବି ଚଳଚ୍ଚିତ୍ରରେ ନାୟକ ଭାବେ ସେ ଡେବ୍ୟୁ କରିଥିଲେ । ତାଙ୍କ ପରଲୋକରେ ବଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଥିଲା ।

 

Get real time updates directly on you device, subscribe now.