fbpx

ମିଳିଲା ନୂଆ ରହସ୍ୟ! ଧଳା କେଶ ପୁଣି ଥରେ କଳା ହୋଇପାରିବ, ଧଳା କେଶ ଉଠିବା ବନ୍ଦ, ଜାଣନ୍ତୁ ବୈଜ୍ଞାନିକଙ୍କ ଆବିଷ୍କାର

ନୂଆଦିଲ୍ଲୀ: ବୟସ ବଢ଼ିବା ସହିତ ମଣିଷର କେଶର ରଙ୍ଗ ଧଳା ହେବା ଏକ ସାଧାରଣ କଥା । ତେବେ ଆଜିକାଲି ଅନେକ ଯୁବପୀଢ଼ିଙ୍କର କେଶ ବୟସ ପୂର୍ବରୁ ଧଳା ହୋଇଯାଉଥିବା ଦେଖାଯାଉଛି । ଏହାକୁ ନେଇ ସେମାନେ ଚିନ୍ତିତ ରହିଥାନ୍ତି । ତେବେ ନିକଟରେ ବୈଜ୍ଞାନିକମାନେ ଧଳା କେଶକୁ ନେଇ ଏକ ବଡ଼ ସଫଳତା ପାଇଛନ୍ତି । ମଣିଷର କେଶ କାହିଁକି ଧଳା ହେଉଛି ସେନେଇ ଏକ ନୂଆ ତଥ୍ୟ ଆବିଷ୍କାର କରାଯାଇଛି ।

ତେବେ ଏହି ନୂଆ ଟେକନିକର ପ୍ରୟୋଗ କରି ଧଳା ବାଳକୁ ପୁଣି ଥରେ କଳା କରାଯିବା ନେଇ ବେଶ୍ ସହାୟତା ମିଳିପାରେ । ଏଥିସହିତ ଏହି ପ୍ରକ୍ରିୟାକୁ ରୋକିବା ସହିତ ସେଲକୁ ଅଲଟର କରିବାର ଚିକିତ୍ସା ପ୍ରଣାଳୀର ମଧ୍ୟ ସନ୍ଧାନ କରିବା ଦିଗରେ ଏହା ସହାୟକ ହୋଇ ପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଅଧ୍ୟୟନକାରୀମାନେ ଏକ ମୂଷାର ଚର୍ମରେ ରହିଥିବା ସେଲ୍ସ ଉପରେ ରିସର୍ଚ୍ଚ କରିଥିଲେ । ଏହି ସେଲ୍ସ ମଣିଷଙ୍କ ଠାରେ ମଧ୍ୟ ଦେଖାଯାଇଥାଏ । ଏହାକୁ ମେଲାନୋସାଇଟ ଷ୍ଟେମ ସେଲ କୁହାଯାଇଥାଏ ।

ଭ୍ରୁଣ ଷ୍ଟେମ ସେଲ ସବୁ ଅଙ୍ଗରେ ବିକଶିତ ହୋଇଥାଏ । ଆମର କେଶରେ ଥିବା ଫଲିକଲ୍ସରେ ମେଲାନୋସାଇଟ ଷ୍ଟେମ ସେଲ୍ସ ଆମର କେଶରେ ପିଗମେଣ୍ଟ ତିଆରି କରିବା ସହ ତାହାକୁ ବଳବତ୍ତର ରଖିଥାଏ । ତେବେ କେଶର ବୟସ ବଢ଼ିବା ସହ ତାହା ଷ୍ଟେମ ସେଲରେ ଫସିଯାଇଥାଏ ଓ ପରିପକ୍ୱ ହେବା ପରେ କେଶର ରଙ୍ଗକୁ ବଜାୟ ରଖିବାର କ୍ଷମତା ସରିଯାଇଥାଏ । କିଛି ଷ୍ଟେମ ସେଲ ଅଲଗା ଅଲଗା କୋଷିକାରେ ବିକଶିତ ହୋଇଥାନ୍ତି ।

ସରଳ ଭାଷାରେ କହିଲେ, ଯେତେବେଳେ ମେଲାନିନ ତିଆରି କରୁଥିବା ଷ୍ଟେମ ସେଲ୍ସ ଠିକରେ କାମ କରିବା ବନ୍ଦ କରିଦିଏ, ସେତେବେଳେ ଆମର କେଶ ଧଳା ହୋଇଯାଇଥାଏ । ନ୍ୟୁୟର୍କ ୟୁନିଭରସିଟି ଗ୍ରସମ୍ୟାନ ସ୍କୁଲ ଅଫ୍ ମେଡିସିନର ଗବେଷକଙ୍କ ମୁତାବକ, ଯଦି ଏହି ରିସର୍ଚ୍ଚର ଫଳାଫଳ ମଣିଷ କ୍ଷେତ୍ରରେ କାମ କରେ, ତେବେ ଧଳା କେଶକୁ ପୁଣି ଥରେ କଳା କରିବା ଓ ଧଳା କେଶ ସୃଷ୍ଟି ହେବାକୁ ରୋକା ଯାଇପାରେ ।

Get real time updates directly on you device, subscribe now.