fbpx

୮୪ ଦିନିଆ ଭାଲିଡିଟି ପ୍ଲାନ ଏବେ ମାତ୍ର ୪୫୫ ଟଙ୍କା, ଶୀଘ୍ର ରିଚାର୍ଜ କରନ୍ତୁ

ନୂଆଦିଲ୍ଲୀ: ଆଜିର ସ୍ମାର୍ଟଫୋନ ଯୁଗରେ ଇଣ୍ଟରନେଟ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ଡାଟା ସରିଗଲେ କଥା ସରିଲା । ଦିନ ହେଉ କି ରାତି ହେଉ ନିଜ ନିଜର ମୋବାଇଲରେ ସମସ୍ତେ ଆବଶ୍ୟକତାଠାରୁ ଅଧିକ ଡାଟା ପ୍ୟାକ୍ ପକାଉଛନ୍ତି । ତେବେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀମାନେ ନିୟମିତ ବ୍ୟବଧାନରେ ଖାସ୍ ଅଫର୍ ସବୁ ଲଞ୍ଚ କରୁଛନ୍ତି । ତେବେ ଯଦି ଆପଣମାନେ ଏକ ବେଷ୍ଟ ପ୍ଲାନ ସନ୍ଧାନରେ ରହିଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ସୁଯୋଗ ଆସିଛି ।

ନିକଟରେ ଗ୍ରାହକଙ୍କ ପାଇଁ ଏକ ଟେଲିକମ୍ କମ୍ପାନୀ ବଢ଼ିଆ ପ୍ଲାନ୍ ଲଞ୍ଚ କରିଛି । ଏହି ପ୍ଲାନର କଷ୍ଟ ମାତ୍ର ୪୫୫ ଟଙ୍କା ରହିଥିବା ବେଳେ ଏହାର ଭାଲିଡିଟି ୮୪ ଦିନ ପର୍ଯ୍ୟନ୍ତ ରହିଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ଅନେକ ବେନିଫିଟ ମିଳୁଛି । ଏହି ପ୍ଲାନରେ ଆପଣଙ୍କୁ ହାଇସ୍ପିଡ ଇଣ୍ଟରନେଟ ସେବା ସହିତ ୬ ଜିବିର ଡାଟା ମିଳିବ । ଯେଉଁମାନେ ଘରମାନଙ୍କରେ ୱାଇ-ଫାଇ ସଂଯୋଗ କରିଥିବେ ସେମାନଙ୍କ ପାଇଁ ଏହି ପ୍ଲାନ ବେଷ୍ଟ ରହିବ ।

ଡାଟା ବ୍ୟତୀତ ଆପଣଙ୍କୁ ଫ୍ରି’ରେ ଅନଲିମିଟେଡ୍ ଲୋକାଲ ଓ ଏସଟିଡି କଲିଂ ସୁବିଧା ମିଳିବ । ଏହି ପ୍ଲାନରେ ଆପଣଙ୍କୁ ମୋଟ ୯୦୦ଟି ଏସଏମଏସ୍ ସୁବିଧା ମିଳିବ । ଏହି ପ୍ଲାନରେ ଆପଣଙ୍କୁ ଫାଷ୍ଟ ଟ୍ୟାଗରେ ୧୦୦ ଟଙ୍କାର କ୍ୟାଶବ୍ୟାକ, ୩ ମାସର ଆପୋଲୋ ୨/୭ ସର୍କଲ ମେମ୍ବରଶିପ, ଫ୍ରି ୱିକ ମ୍ୟୁଜିକ ଓ ହ୍ୟାଲୋ ଟ୍ୟୁନ ଫାଇଦା ମିଳୁଛି । ତେଣୁ ବିଳମ୍ବ ନକରି ଆପଣମାନେ ଏହି ପ୍ଲାନର ସୁବିଧା ନିଅନ୍ତୁ । ଏୟାରଟେଲ ପକ୍ଷରୁ ଏହି ସୁବିଧା ପ୍ରଦାନ କରାଯାଉଛି ।

Get real time updates directly on you device, subscribe now.