fbpx

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ହାଇକୋର୍ଟ ପକ୍ଷରୁ ରାଜ୍ୟ ସରକାରଙ୍କଠାରୁ ଜବାବ ତଲବ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଓଡ଼ିଶା ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି । ଏଥିସହ ମୁଖ୍ୟ ଶାସନ ସଚିବ ଓ ଆଇନ୍‍ ସଚିବଙ୍କୁ ଏ ପ୍ରସଙ୍ଗକୁ ନେଇ ହାଇକୋର୍ଟ ନୋଟିସ୍‍ ଜାରି କରିଛନ୍ତି ।

ତେବେ ରତ୍ନଭଣ୍ଡାର ଚାବି ହଜିବା ନେଇ ତଦନ୍ତ କମିଶନ ଗଠନ ହୋଇଥିଲା । କମିଶନଙ୍କ ରିପୋର୍ଟ ସାର୍ବଜନିନ କରିବାକୁ ଆବେଦନକୁ ବିଚାରକରି ହାଇକୋର୍ଟ ଏହି ନୋଟିସ୍‍ ଦେଇଛନ୍ତି । ଆସନ୍ତା ଜୁଲାଇ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.