fbpx

ଦିନିକିଆ ବିଶ୍ୱକପରୁ ବାଦ୍ ପଡିଲେ ଋଷଭ ପନ୍ତ: କାହାକୁ ସୁଯୋଗ ଦେବ BCCI ?

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ଭାରତ ପାଇଁ ତୃତୀୟ ବିଶ୍ୱକପ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ରୋହିତ ସେନା । କିନ୍ତୁ ଏହାପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ବିଶ୍ୱକପରୁ ବାଦ୍ ପଡିଛନ୍ତି । ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ନଥିବାରୁ ବିଶ୍ୱକପ ମଧ୍ୟ ଖେଳି ପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ତେବେ ତାଙ୍କ ଅନୁପସ୍ଥିତିରେ ୨ ଜଣ ଯୁବ କ୍ରିକେଟରଙ୍କୁ ସୁଯୋଗ ଦେଇପାରେ ଟିମ ଇଣ୍ଡିଆ ।

Rishabh Pant drove me nuts. I stopped giving him suggestions and inputs' |  Cricket - Hindustan Times

୨୦୨୩ରେ ଦିନିକିଆ ବିଶ୍ୱକପ ଖେଳାଯିବାକୁ ଥିବା ବେଳେ ଦଳର ଅନେକ ପ୍ରମୁଖ ଖେଳାଳିଙ୍କ ଆହତ ସମସ୍ୟା ଭାରତ ପାଇଁ ଚିନ୍ତା ବଢାଇ ଦେଇଛି । ଜଶପ୍ରୀତ ବୁମରାହ, ଋଷଭ ପନ୍ତଙ୍କ ସହିତ ଶ୍ରେୟସ ଆୟର ଆହତ ହୋଇ ସାରିଛନ୍ତି । ତେବେ ଋଷଭ ପନ୍ତଙ୍କୁ ନେଇ ନୂଆ ଅପଡେଟ ଆସିଛି ଯେ, ତାଙ୍କୁ ସୁସ୍ଥ ହେବା ପାଇଁ ଅଦିକ ସମୟ ଲାଗିବ । ତେଣୁ ସେ ଦିନିକିଆ ବିଶ୍ୱକପ-୨୦୨୩ରୁ ବାଦ୍ ପଡିଛନ୍ତି । ରିପୋର୍ଟ ଅନୁସାରେ, ୨୦୨୪ ଜାନୁୟାରୀ ପୂର୍ବରୁ ସେ କ୍ରିକେଟକୁ କମବ୍ୟାକ କରିପାରିବେ ନାହିଁ । ତେଣୁ ବିଶ୍ୱକପ ସହିତ ଅନ୍ୟ ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ପାଦ୍ ପଡିଛନ୍ତି ଋଷଭ । ତେଣୁ ବର୍ତ୍ତମାନ ବିଶ୍ୱକପରେ ତାଙ୍କ ସ୍ଥାନରେ ବିସିସିଆଇ କାହାକୁ ସୁଯୋଗ ଦେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ତାଲିକାରେ ୨ ଜଣ ଷ୍ଟାର କ୍ରିକେଟରଙ୍କୁ ସ୍ଥାନ ଦେଇପାରେ ଭାରତୀୟ କ୍ରିକେଟ ବୋର୍ଡ ।

संजू सैमसन या ईशान किशन, कौन है टीम इंडिया का बेस्ट विकेटकीपर-बल्लेबाज, ये  रहे आकड़े

ଋଷଭ ପନ୍ତଙ୍କ ସ୍ଥାନରେ ବିସିସିଆଇ ୨ ଜଣ ଯୁବ ୱିକେଟ କିପରଙ୍କୁ ଦଳରେ ସାମିଲ କରାଇପାରେ । ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଚୟନ କମିଟିର ନଜରରେ ରହିଛନ୍ତି ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ । ଋଷଭ ବାଦ୍ ପଡିବା ପରେ ଟିମ ଇଣ୍ଡିଆକୁ ତାଙ୍କର ଏଣ୍ଟ୍ରି ପାଇଁ ଏକ ସୁଯୋଗ ସୃଷ୍ଟି ହୋଇପାରେ । ସେହିପରି ଇଶାନ କିଶାନ ମଧ୍ୟ ଏହି ତାଲିକାରେ ରହିଛନ୍ତି । ଆଇପିଏଲରେ ତାଙ୍କର ପ୍ରଦର୍ଶନ ସେତେଟା ଭଲ ନଥିଲେ ବି ବିସିସିଆଇ ତାଙ୍କୁ ସୁଯୋଗ ଦେବାକୁ ଚାହିଁବ । ପୂର୍ବର ଭାରତ ପାଇଁ ଅନେକ ଦମଦାର ପାଳି ଖେଳିବା ସହ ୱିକେଟ କିପିଙ୍ଗରେ ମଧ୍ୟ ପାରଦର୍ଶିତା ଲାଭ କରିଛନ୍ତି । ତେଣୁ ବିଶ୍ୱକପରେ ସେ ଦଳରେ ସୁଯୋଗ ପାଇବା କିଛି ଆଶ୍ଚର୍ଯ୍ୟକର ଘଟଣା ହେବନାହିଁ ।

Get real time updates directly on you device, subscribe now.