fbpx

ଏପରି ଏକ ହ୍ୱାଟ୍ସଆପ୍ ଗ୍ରୁପ୍, ଯେଉଁଠାରେ କରୋନା କାଳରେ ବିଧବା ହୋଇଥିବା ମହିଳାଙ୍କର ଠିକ୍ ହେଉଛି ବିବାହ

କୌଣସି ବ୍ୟାଣ୍ଡ ବାଜା ନାହିଁ, ବାଣ ଶବ୍ଦ ନାହିଁ, ସମାରୋହ ନାହିଁ । ଜଣେ କନ୍ୟାର ବରଯାତ୍ରୀରେ କେବଳ ଦୁଇଟି ଛୋଟ ପିଲା ଉପସ୍ଥିତ ଥିଲେ – ଜଣେ ୧୧ ବର୍ଷର ବାଳିକା ଏବଂ ୯ ବର୍ଷର ବାଳକ । ନାଲି ରଙ୍ଗର ଶାଢ଼ୀ, ହାତରେ ଚୁଢ଼ି ଓ କପାଳରେ ଟିକା ପିନ୍ଧି କନ୍ୟାର ମୁହଁରେ ହସ ଦେଖିବାକୁ ମିଳିଥିଲା ।

ଏହି କାହାଣୀ ହେଉଛି ପ୍ରଚିତା ଧୋସୀଙ୍କର, ଯେ କି କରୋନାର ଦ୍ୱିତୀୟ ଲହରରେ ନିଜ ସ୍ୱାମୀଙ୍କୁ ହରାଇଥିଲେ । ସ୍ୱାମୀଙ୍କୁ ହରାଇବା ପରେ ପ୍ରଚିତା କେବେ ସ୍ୱପ୍ନରେ ବି ଭାବି ନଥିଲେ ଯେ, ପୁଣି ଥରେ କିଏ ତାଙ୍କୁ ସାରା ଜୀବନ ପାଇଁ ଆପଣେଇବ ଓ ତାଙ୍କ ପିଲାଙ୍କୁ ନିଜ ପିଲା ଭାବିବ ।

କିନ୍ତୁ ପ୍ରଚିତାଙ୍କୁ ଏପରି ଏକ ସାଥୀ ମିଳିଗଲା ଓ ପିତା ହରାଇଥିବା ପିଲାମାନେ ସମସ୍ତ ନିୟମ ଅନୁସାରେ ମାଆର ପୁଣିଥରେ ବିବାହ କରାଇଲେ । ପ୍ରଚିତା ଏବଂ ତାଙ୍କ ସ୍ୱାମୀଙ୍କର ଏହି ପଦକ୍ଷେପ ଯୋଗୁଁ କରୋନା କାଳରେ ନିଜ ଜୀବନସାଥୀଙ୍କୁ ହରାଇଥିବା ଲକ୍ଷ ଲକ୍ଷ ବିଧବା, ଛାଡପତ୍ର ପାଇଥିବା ମହିଳାମାନଙ୍କୁ ବିଶ୍ୱାସ ଦେଇଛି ।

ଏକ ହ୍ୱାଟ୍ସଆପ୍ ମ୍ୟାଟ୍ରିମୋନି ଗ୍ରୁପ୍ ଏପରି ବି ରହିଛି :-
ତେବେ ଭାରତରେ ମହିଳାମାନଙ୍କର ଦ୍ୱିତୀୟ ବିବାହ ଯେଉଁଠାରେ ଖରାପ ବୋଲି ବିବେଚନା କରାଯାଏ, ସେଠାରେ ଏକ ହ୍ୱାଟ୍ସଆପ୍ ମ୍ୟାଟ୍ରିମୋନି ଗ୍ରୁପ୍ ଅଛି ଯାହା ଏପର୍ଯ୍ୟନ୍ତ ମହାରାଷ୍ଟ୍ରର ୨୨ ଜଣ ମହିଳାଙ୍କୁ ପୁଣି ଥରେ ନିଜ ପ୍ରେମ ପାଇବାରେ ସାହାଯ୍ୟ କରିଛି ।

ଇଣ୍ଡିଆ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଏହି ହ୍ୱାଟ୍ସଆପ୍ ଗ୍ରୁପ୍ ଏକ ଏନଜିଓ ‘କରୋନା ଏକଲ ମହିଲା ପୁନର୍ଭସନ ସମିତି’ ଦ୍ୱାରା ସୃଷ୍ଟି କରାଯାଇଥିଲା । ବିଶେଷକରି ଏହି ଗୋଷ୍ଠୀରେ କିଛି ମହିଳା ଅଛନ୍ତି ଯେଉଁମାନେ କରୋନାର ଦ୍ୱିତୀୟ ଲହର ସମୟରେ ସ୍ୱାମୀଙ୍କୁ ହରାଇଥିଲେ । ପ୍ରାରମ୍ଭରେ ଏହି ଗୋଷ୍ଠୀ ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ଖୋଲା ଯାଇଥିଲା, ପରେ ପୁରୁଷମାନେ ମଧ୍ୟ ଏଥିରେ ଯୋଗଦେବା ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ହ୍ୱାଟ୍ସଆପ୍ ଗ୍ରୁପରେ ବିଧବା, ଛାଡପତ୍ର ଏବଂ କୁଆଁରା ସହିତ ୧୫୦ ରୁ ଅଧିକ ପୁରୁଷ ସାମିଲ ଅଛନ୍ତି ।

Get real time updates directly on you device, subscribe now.