fbpx
BSKY SKY
BSKY SKY

ମାର୍ଚ୍ଚ ମାସରେ ଧିମା ପଡ଼ିଲା ୮ କୋର ସେକ୍ଟର ଉତ୍ପାଦନ, ୩.୬ ପ୍ରତିଶତ ରହିଲା ଅଭିବୃଦ୍ଧି ହାର

BSKY

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ଦେଶର ୮ ପ୍ରମୁଖ କୋର ସେକ୍ଟରରେ ଅଭିବୃଦ୍ଧି ହାର ହ୍ରାସ ପାଇଛି । ମାର୍ଚ୍ଚ ୨୦୨୩ ରେ କୋର ସେକ୍ଟରରେ ଅଭିବୃଦ୍ଧି ହାର ୩.୬ ପ୍ରତିଶତ ରହିଛି, ଯେତେବେଳେ ପେବୃଆରୀ ମାସରେ ଏହା ୬ ପ୍ରତିଶତ ଥିଲା । ବାଣିଜ୍ୟ ମନ୍ତ୍ରଳାୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ କେ।।ଇଲା, ଫର୍ଟଲାଇଜର, ଷ୍ଟିଲ୍‌, ପ୍ରାକୃତିକ ଗ୍ୟାସ୍‌, ଏବଂ ରିଫାଇନାରୀ ଜିନିଷର ଉତ୍ପାଦନ ମାର୍ଚ୍ଚ ମାସରେ ଗତବର୍ଷ ମାର୍ଚ୍ଚ ମାସ ତୁଳନାରେ ବଢିଛି । ଯେତେବେଳେ କି ଅଶୋଧିତ ତୈଳ, ସିମେଣ୍ଟ, ଏବଂ ବିଜୁଳୀ ଉତ୍ପାଦନ ଏହି ସମୟରେ ହ୍ରାସ ପାଇଛି । ପରିସଂଖ୍ୟାନ ଅନୁଯାୟୀ, ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଆଠଟି ମୂଳ ଶିଳ୍ପର ଅଭିବୃଦ୍ଧି ହାର ୭.୬ ପ୍ରତିଶତ ହୋଇଛି।

ମାର୍ଚ୍ଚ ୨୦୨୨ ତୁଳନାରେ ମାର୍ଚ୍ଚ ୨୦୨୩ ରେ କୋଇଲା ଉତ୍ପାଦନ ୧୨.୨ ପ୍ରତିଶତ ବୃଦ୍ଧି ପାଇଛି। ଯେତେବେଳେ କି ୨୦୨୨-୨୩ ରେ ବାର୍ଷିକ ଆଧାର ସୂଚକାଙ୍କରେ ୧୪.୮ ପ୍ରତିଶତ ବୃଦ୍ଧି ଘଟିଛି।ଅଶୋଧିତ ତୈଳ ଉତ୍ପାଦନରେ ୨.୮ ପ୍ରତିଶତ ହ୍ରାସ ଘଟିଥିବାବେଳେ ଅଭିବୃଦ୍ଧି ହାର ବାର୍ଷିକ ୧.୭ ପ୍ରତିଶତ ହ୍ରାସ ପାଇଛି। ଗତ ବର୍ଷ ସମାନ ସମୟ ତୁଳନାରେ ମାର୍ଚ୍ଚ ୨୦୨୩ ରେ ପ୍ରାକୃତିକ ଗ୍ୟାସ ଉତ୍ପାଦନରେ ୨.୮ ପ୍ରତିଶତ ବୃଦ୍ଧି ଘଟିଛି। ବାର୍ଷିକ ଆଧାର ସୂଚକାଙ୍କରେ ୧.୬ ପ୍ରତିଶତ ବୃଦ୍ଧି ଘଟିଛି। ମାର୍ଚ୍ଚ ୨୦୨୩ ରେ ପେଟ୍ରୋଲିୟମ ରିଫାଇନାରୀ ଉତ୍ପାଦର ଉତ୍ପାଦନ ୧.୫ ପ୍ରତିଶତ ହାରରେ ବୃଦ୍ଧି ପାଇଛି।

ସେହିଭଳି ୯.୭ ପ୍ରତିଶତ ହାରରେ ସାର ଉତ୍ପାଦନ ବୃଦ୍ଧି ପାଇଛି। ପୂର୍ବ ବର୍ଷ ତୁଳନାରେ ବାର୍ଷିକ ଆଧାର ସୂଚକାଙ୍କରେ ୧୧.୩ ପ୍ରତିଶତ ବୃଦ୍ଧି ଘଟିଛି। ସିମେଣ୍ଟ ଉତ୍ପାଦନରେ ୦.୮ ପ୍ରତିଶତ ହ୍ରାସ ଘଟିଛି। ବାର୍ଷିକ ଆଧାର ସୂଚକାଙ୍କରେ ୮.୬ ପ୍ରତିଶତ ବୃଦ୍ଧି ଘଟିଛି। ଇସ୍ପାତ ଉତ୍ପାଦନ ୮.୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ବାର୍ଷିକ ଆଧାର ସୂଚକାଙ୍କରେ ୮.୬ ପ୍ରତିଶତ ବୃଦ୍ଧି ଘଟିଛି। ମାର୍ଚ୍ଚ ୨୦୨୩ ରେ ବିଦ୍ୟୁତ୍ ଉତ୍ପାଦନ ୧.୮ ପ୍ରତିଶତ ହାରରେ ହ୍ରାସ ପାଇଛି। ବାର୍ଷିକ ଅଭିବୃଦ୍ଧି ହାରରେ ୮.୯ ପ୍ରତିଶତ ବୃଦ୍ଧି ଘଟିଛି। ଆଇପି (ଇଣ୍ଡଷ୍ଟ୍ରିଆଲ୍ ପ୍ରଡକ୍ସନ୍ ଇଣ୍ଡେକ୍ସ) ରେ ସାମିଲ ଆଇଟମ୍ ଗୁଡିକର ୪୦.୨୭ ପ୍ରତିଶତ ଆଠଟି ମୂଳ ଶିଳ୍ପ ଅଟେ।

Get real time updates directly on you device, subscribe now.