fbpx

ସାଉଥ୍ ଫିଲ୍ମ ନିର୍ମାତା ଏସ.ଏସ ଚକ୍ରବର୍ତ୍ତୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଫିଲ୍ମ ନିର୍ମାତାଙ୍କ ମୃତ୍ୟୁ ଘଟିଛି । ଫିଲ୍ମ ପ୍ରଯୋଜକକ ଏସ.ଏସ. ଚକ୍ରବର୍ତ୍ତୀ ଖୁବ୍ କମ୍ ବୟସରେ ଆରପାରିକୁ ଚାଲିଯାଇଛନ୍ତି । ସେ ଅଭିନେତା ଅଜିତ କୁମାରଙ୍କ ସହିତ ବହୁସଂଖ୍ୟକ ହିଟ୍ ଫିଲ୍ମ କରିଥିଲେ । ସେ ଦୀର୍ଘଦିନ ଧରି କ୍ୟାନସର ସହିତ ଲଢ଼େଇ କରି ଆସୁଥିବା ବେଳେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ।

ତେବେ ଚକ୍ରବର୍ତ୍ତୀଙ୍କ ମୃତ୍ୟୁକୁ ନେଇ ସାଉଥ୍ ଫିଲ୍ମ ଜଗତରେ ଶୋକର ଲହରୀ ଖେଳି ଯାଇଥିବା ବେଳେ ଅଭିନେତା ଅଜିତ ବ୍ୟକ୍ତିଗତ ଭାବେ ଖୁବ୍ ମର୍ମାମତ ହୋଇପଡ଼ିଛନ୍ତି । ସେ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ଭାଙ୍ଗି ପଡ଼ିଛନ୍ତି । ଚକ୍ରବର୍ତ୍ତୀଙ୍କ ଦ୍ୱାରା ନିର୍ମିତ ଅନେକ ଫିଲ୍ମରେ ଅଭିନୟ କରିବା ପରେ ଅଜିତଙ୍କ କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥିଲା ।

ଅନ୍ୟପକ୍ଷରେ ଚକ୍ରବର୍ତ୍ତୀଙ୍କ ମୃତ୍ୟୁକୁ ନେଇ ଅନେକ ଫିଲ୍ମ ସେଲିବ୍ରେଟି ଓ ପ୍ରଶଂସକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏପରିକି ଚକ୍ରବର୍ତ୍ତୀ କ୍ୟାନସରରେ ସଂକ୍ରମିତ ହୋଇ ଚକିତ୍ସିତ ହେଉଥିବା ସମୟରେ ଅଜିତ ତାଙ୍କୁ ଅଣଦେଖା କରିଥିବା ମଧ୍ୟ କିଛି ଫ୍ୟାନ କହିଛନ୍ତି । ଆର୍ଥିକ ନେଣଦେଣ ମାମଲାରେ ଦୁହିଁଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଫଳରେ କିଛିଦିନ ପାଇଁ ଦୁହେଁ ଏକତ୍ର ହୋଇ କୌଣସି ଫିଲ୍ମ କରିନଥିଲେ ।

ମୃତ୍ୟୁ ବେଳକୁ ଚକ୍ରବର୍ତ୍ତୀଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା । ସେ ବହୁ ତାମିଲ ଫିଲ୍ମ ପ୍ରଯୋଜନା କରିଥିଲେ । ଜଣେ ପ୍ରଯୋଜକ ଭାବେ ସେ ସ୍ୱୀକୃତି ପାଇଥିଲେ । ସେ ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟଜନିତ ସମସ୍ୟା ମଧ୍ୟରେ ରହିଥିଲେ । ୧୯୯୭ରୁ ୨୦୦୬ ମସିହା ମଧ୍ୟରେ ସେ କ୍ରମାଗତ ଅଜିତଙ୍କ ସହିତ ଏନଆଇସି ବ୍ୟାନରରେ ବହୁ ଫିଲ୍ମ କରିଥିଲେ । ସେ ବାଲି, ସିଟିଜେନ, ରେଡ, ମାଗଭରେ ଆଦି ବହୁ ଫିଲ୍ମ ନିର୍ମାଣ କରି ଦର୍ଶକଙ୍କ ହୃଦୟରେ ରହିପାରିଥିଲେ ।

Get real time updates directly on you device, subscribe now.