fbpx

WTC ଫାଇନାଲ ମ୍ୟାଚ ଖେଳିବେନି ରାହୁଲ: ବିକଳ୍ପ ଖୋଜୁଛି ବିସିସିଆଇ

ନୂଆଦିଲ୍ଲୀ: ଜୁନ୍ ୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । କିନ୍ତୁ ଏହାର ଠିକ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଷ୍ଟାର ପ୍ଲେୟର କେ.ଏଲ ରାହୁଲ ଏହି ମ୍ୟାଚରୁ ବାଦ୍ ପଡିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ନିଜେ ଏ ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ଏବଂ ୱିକେଟ କିପର ଋଷଭ ପନ୍ତ ମଧ୍ୟ ଆହତ ଯୋଗୁଁ ଏହି ମ୍ୟାଚ ପାଇଁ ଉପଲବ୍ଧ ନାହାନ୍ତି । ବର୍ତ୍ତମାନ ବିସିସିଆଇ ରାହୁଲଙ୍କ ବିକଳ୍ପ ଖୋଜିବା ଆରମ୍ଭ କରିଛି ।

ଆଇପିଏଲରେ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ କେ.ଏଲ ରାହୁଲ । ପରେ ସେ ବ୍ୟାଟିଂ କରିବାକୁ ଆସିଥିଲେ ବି ଯନ୍ତ୍ରଣା ଅନୁଭବ କରୁଥିଲେ । ଏହାପରେ ସେ ଆଇପିଏଲ-୨୦୨୩ରୁ ଓହରି ଯାଇଥିଲେ । ବର୍ତ୍ତମାନ ଆସନ୍ତା ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରୁ ମଧ୍ୟ ସେ ବାଦ୍ ପଡିଥିବା ନେଇ ସ୍ପଷ୍ଟ କରିଛନ୍ତି କେ.ଏଲ ରାହୁଲ । ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ଅପଲୋଡ କରି ଏ ନେଇ ସେ ସୂଚନା ଦେଇଛନ୍ତି । ଆହତ ସମସ୍ୟା ଗମ୍ଭୀର ଥିବାରୁ ଡାକ୍ତରୀ ଟିମ୍ ତାଙ୍କୁ ଡାହାଣ ଜଙ୍ଘର ସର୍ଜରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଏହି ସର୍ଜରୀ ଯୋଗୁଁ ଆଗାମୀ କିଛି ଦିନ କ୍ରିକେଟରୁ ଦୂରେଇ ରହିବେ କେ.ଏଲ ରାହୁଲ । ତେବେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେ ପୁଣିଥରେ ଦଳକୁ କମବ୍ୟାକ କରିପାରିବେ ।

ତେବେ ଏହି ପୋଷ୍ଟରେ ରାହୁଲ ଲେଖିଛନ୍ତି ଯେ, ଆଗାମୀ ମାସ(ଜୁନ୍ ୭)ରେ ଟିମ ଇଣ୍ଡିଆ ସହ ନ ରହିବା ମୋ ପାଇଁ ନିରାଶଜନକ ଘଟଣା । କିନ୍ତୁ ମୁଁ ବ୍ଲୁ ଜର୍ସିରେ ଫେରିବା ପାଇଁ ଏବଂ ଟିମର ସହଯୋଗ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏହା ମୋର ପ୍ରାଥମିକତା ହେବ ଏବଂ ଏଥିପ୍ରତି ସମ୍ପୂର୍ଣ୍ଣ ଫୋକସ ମଧ୍ୟ ରହିବ । ତେବେ ରାହୁଲ ବାଦ୍ ପଡିବା ପରେ ବର୍ତ୍ତମାନ ତାଙ୍କ ବିକଳ୍ପ ଖୋଜୁଛି ବିସିସିଆଇ । ଦଳକୁ ଜଣେ ବ୍ୟାକ୍ ଅପ୍ ୱିକେଟ କିପର ବ୍ୟାଟ୍ସମ୍ୟାନ ଖେଳାଳିର ଆବଶ୍ୟକତା ରହିଛି । ଏହି ତାଲିକାରେ ପ୍ରଥମରେ ଇଶାନ କିଶାନ, ସରଫରାଜ ଖାନ୍ ଏବଂ ଜିତେଶ ଶର୍ମା ଆଗରେ ରହିଛନ୍ତି । ଏହାବ୍ୟତୀତ ହନୁମା ବିହାରୀଙ୍କୁ ଦଳରେ ସୁଯୋଗ ଦେଇପାରେ ବିସିସିଆଇ ।

 

View this post on Instagram

 

A post shared by KL Rahul👑 (@klrahul)

ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେ.ଏସ ଭରତ(ୱିକେଟ କିପର), ଆର. ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ

Get real time updates directly on you device, subscribe now.