fbpx

ଜୀବନରେ ଧନ, ମାନ-ସମ୍ମାନ ପାଇବାକୁ ଚାହୁଁଛନ୍ତି କି ? ରବିବାର କରନ୍ତୁ ଏହି ୫ଟି ଉପାୟ, ସମସ୍ତ ମନୋକାମନା ପୂରଣ କରିବେ ସୂର୍ଯ୍ୟଦେବ

ସନାତନ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବାଦେବୀଙ୍କୁ ସମର୍ପିତ କରାଯାଇଛି । ସେହିଭଳି ରବିବାର ସୂର୍ଯ୍ୟଙ୍କ ପୂଜା ପାଇଁ ଉତ୍ସର୍ଗ କରାଯାଇଛି । ଏହି ଦିନ ସକାଳୁ ଉଠି ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ ଅର୍ପଣ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ଶାସ୍ତ୍ରରେ ଅନେକ ପଦକ୍ଷେପ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ ଆପଣଶଇବା ଦ୍ୱାରା ସୂର୍ଯ୍ୟ ଭଗବାନ୍ କୃପା ଦୃଷ୍ଟି ପକାଇଥାନ୍ତି । ଆସନ୍ତୁ ଜାଣିବା ସେହି ଉପାୟଗୁଡ଼ିକ କ’ଣ ।

ରବିବାର ଦିନ କରନ୍ତୁ ଏହି ଉପାୟ…

ମୁଣ୍ଡ ପାଖରେ କ୍ଷୀର ରଖି ଶୁଅନ୍ତୁ:-
ଧାର୍ମିକ ବିଦ୍ୱାନମାନଙ୍କ ଅନୁଯାୟୀ, ଜୀବନରେ ଧନ ଏବଂ ସମୃଦ୍ଧତା ହାସଲ କରିବାକୁ ହେଲେ ଜଣେ ବ୍ୟକ୍ତି ରବିବାର ରାତିରେ ଶୋଇଥିବା ସମୟରେ ତାଙ୍କ ମୁଣ୍ଡ ପାଖରେ ଏକ ଗ୍ଲାସ କ୍ଷୀର ରଖିବା ଉଚିତ୍ । ପରଦିନ ସକାଳେ ଉଠିବା ପରେ ସେହି କ୍ଷୀରକୁ କଣ୍ଟା ଜାତୀୟ ଗଛର ମୂଳରେ ଢ଼ାଳିବା ଉଚିତ୍ ।

ମନୋକାମନା ପୂରଣ ପାଇଁ ରବିବାର ଦିନ ଏକ ବରଗଛ ମୂଳକୁ ଯାଆନ୍ତୁ । ଏହା ପରେ ସେହି ଗଛର ଭାଙ୍ଗିଯାଇଥିବା ପତ୍ର ଉପରେ ନିଜର ଇଚ୍ଛା ଲେଖ ଏବଂ ଏହାକୁ ପାଣିରେ ପ୍ରବାହିତ କର । ଏପରି କରିବା ଦ୍ୱାରା ଆପଣଙ୍କର ମନୋକାମନା ପୂରଣ ହେବ ।

ଓସ୍ତ ଗଛ ତଳେ ଏକ ଦୀପ ଜାଳନ୍ତୁ :-
ଜୀବନରେ ସୁଖ, ସମୃଦ୍ଧି ଏବଂ ଖ୍ୟାତି ପାଇବା ପାଇଁ ରବିବାର ଦିନ ଓସ୍ତ ଗଛ ତଳେ ଚାରି ମୁଖ ଥିବା ଅଟା ଦୀପ ଜାଳନ୍ତୁ । ସେହି ଦୀପରେ ସୋରିଷ ତେଲ ବ୍ୟବହାର କରାଯିବା ଉଚିତ୍ । ଏହି କାରଣରୁ ଶୋଇ ପଡ଼ିଥିବା ଭାଗ୍ୟ ମଧ୍ୟ ଜାଗ୍ରତ ହୋଇପଡେ ।

ସୂର୍ଯ୍ୟ ଦେବଙ୍କ କୃପା ପାଇବାକୁ ରବିବାର ଦିନ ସକାଳୁ ଉଠି ଗାଧୋଇବା ପରେ ସୂର୍ଯ୍ୟଙ୍କୁ ଅର୍ଘ ଅର୍ପଣ କର । ଏହି ସମୟରେ ମନେରଖନ୍ତୁ ଯେ କେବଳ ତମ୍ବା ଢ଼ାଳ ବ୍ୟବହାର କରାଯିବା ଉଚିତ୍ । ସେହି ଢ଼ାଳରେ ରୋଲି, ଫୁଲ, ମିଶ୍ରିି ଏବଂ ଅକ୍ଷତ ମଧ୍ୟ ରହିବା ଉଚିତ୍ ।

ରବିବାର ଦିନ କିଣନ୍ତୁ ୩ ଟି ଝାଡ଼ୁ :-

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରବିବାର ଦିନ ଝାଡ଼ୁ କିଣଇବା ବହୁତ ଶୁଭ ହୋଇଥାଏ । ଏହି ଦିନ ୩ଟି ଝାଡୁ କିଣି ଘରକୁ ଆଣନ୍ତୁ ଓ ପରଦିନ ତାହାକୁ କୌଣସି ନିକଟସ୍ଥ ମନ୍ଦିୀରରେ ଦାନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ ।

Get real time updates directly on you device, subscribe now.