ଆଜି ବର୍ଷିବ ! ଏହି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଜ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ ଘଡ ସହ ବର୍ଷା ହେବାର ସମ୍ଭାବାନା ରହିଛି । ମୋଟ ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜିଲାକୁ ୟେଲୋ ଯାଜପୁର, ଢେଙ୍କାନାଳ, ଗଜପତି, ଗଞ୍ଜାମ ୱାର୍ଣ୍ଣିଂ ଜାରି କରାଯାଇଛି ।ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ମୋଚା’ ସକ୍ରିୟ ହୋଇ ଅବପାତ ର ରୂପ ନେଇଛି । ଯଦିଓ ଓଡିଶା ଉପରେ ଏହାର କୌଣସି ପ୍ରଭାବ ନାହିଁ, ତଥାପିଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥ।।ନରେ ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ବାତ୍ୟା ମୋଚା ଗୁରୁବାର ସକାଳେ ୮କିମି ରୁ ଅଧିକ ବେଗରେ ଗତି କରୁଛି । ଆଜି ମଧ୍ୟରାତ୍ରି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ । ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟା ହେବ । ଏହା ପ୍ରଭାବରେ ୧୩ରୁ ସାମାନ୍ୟା ଦୁର୍ବଳ ହେବ ।୧୪ରେ ୧୨୦-୧୩୦କିମି ବେଗରେ ପବନ ବହିବ ବୋଲି ସୂଚନା ମିଳିଛି । ଏହା ପ୍ରଥମେ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରେ ବାଂଲାଦେଶ ଓ ମିଆଁମାର ଆଡକୁ ଅଗ୍ରସର ହେବ। ତେବେ ଓଡ଼ିଶାରେ ଏହାର ପ୍ରଭାବ ପଡିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।