fbpx

Twitterରୁ ଇସ୍ତଫା ଦେବେ ଏଲନ ମସ୍କ: ନୂଆ CEO ହେବେ ଜଣେ ମହିଳା

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ତଥ୍ୟ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରୁ ଖୁବଶୀଘ୍ର ଇସ୍ତଫା ଦେବେ ଏଲନ ମସ୍କ । କମ୍ପାନୀର ନୂଆ ସିଇଓ ଭାବେ ଜଣେ ମହିଳା ନିଯୁକ୍ତି ପାଇବେ । ଆସନ୍ତା ୬ ସପ୍ତାହ ମଧ୍ୟରେ ଟ୍ୱିଟରର ନୂଆ ସିଇଓ କାର୍ଯ୍ୟଭାର ସମ୍ଭାଳିବେ । କମ୍ପାନୀର ସିଇଓ ଏବଂ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ଭାବେ ତାଙ୍କର ଭୂମିକା ପରିବର୍ତ୍ତନ ହେବ । ଏନେଇ ନିଜେ ଏଲନ ଘୋଷଣା କରିଛନ୍ତି ।

ତେବେ ସେ ନିଜେ ଟ୍ୱିଟରରୁ ଇସ୍ତଫା ଦେବା ଓ ପରବର୍ତ୍ତୀ ସିଇଓ ଚୟନ କରିବା ବାବଦରେ ଏଲନ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଗତ ଏପ୍ରିଲ ମାସରେ ଏଲନ ୟୁଜର୍ସଙ୍କୁ ଏକ ବଡ଼ ସଙ୍କେତ ଦେଇଥିଲେ । ପ୍ରତି ଆର୍ଟିକଲ ଆଧାରରେ ୟୁଜର୍ସଙ୍କୁ ଶୁଳ୍କ ଦେବାକୁ ପଡ଼ିବ । ଯଦି ୟୁଜର୍ସ ମାସିକ ସଦସ୍ୟତା ଗ୍ରହଣ କରିବା ପାଇଁ ସାଇନ୍ ଅପ୍ ନ କରିବେ ତେବେ ସେମାନଙ୍କୁ ଆର୍ଟିକଲ ପଢ଼ିବା ପାଇଁ ଅଧିକ ଦେୟ ପ୍ରଦାନ କରିବାକୁ ପଡ଼ିବ ବୋଲି ଏଲନ କହିଥିଲେ ।

ଟ୍ୱିଟରକୁ କିଣିବା ପରଠାରୁ ଏଲନ ସର୍ବଦା ଚର୍ଚ୍ଚା ଘେରରେ ରହି ଆସିଛନ୍ତି । ଏହା ପୂର୍ବରୁ ଭେରିଫାଏଡ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବା ନେଇ ଏଲନ ଘୋଷଣା କରିଥିଲେ । ଯେଉଁ ୟୁଜର୍ସ ବ୍ଲୁ ଟିକ ପାଇଁ ଅର୍ଥ ପଇଠ କରିବେ ନାହିଁ ସେମାନଙ୍କୁ ବ୍ଲୁ ଟିକ୍ ମିଳିବ ନାହିଁ ବୋଲି ଗତ ମାସ ୧୨ ମାସରେ ଏଲନ ଟ୍ୱିଟ କରିଥିଲେ । ଏପ୍ରିଲ ୨୦ରୁ ଲେଗେସୀ ବ୍ଲୁ ଟିକ୍ ମାର୍କ ଆକାଉଣ୍ଟରୁ ହଟିଯିବ ବୋଲି କୁହାଯାଇଥିଲା । ଏଥିସହିତ ୟୁଜର୍ସଙ୍କୁ ଯଦି ବ୍ଲୁକ ଟିକ୍ ଦରକାର ତେବେ ମାସିକ ଚାର୍ଜ ଦେବାକୁ ପଡ଼ିବ ବୋଲି ମସ୍କ ଘୋଷଣା କରିଥିଲେ ।

Get real time updates directly on you device, subscribe now.