fbpx

ମାଗଣା ରାସନରେ ମିଳିବନି ଚାଉଳ-ଗହମ! ଏହି ଭୁଲ କଲେ ୧ ତାରିଖରୁ ପଡିବ ମହଙ୍ଗା

ନୂଆଦିଲ୍ଲୀ: ରାସନ କାର୍ଡରେ ମାଗଣା ରାସନ ଯୋଜନାର ଫାଇଦା ଉଠାଉଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ବଡ ଖବର ଏବେ ଜାଣିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଆସନ୍ତା ୧ ତାରିଖରୁ ଆପଣ ମଧ୍ୟ ଏହି ଯୋଜନାରୁ ବାହାର ହୋଇ ପାରନ୍ତି । ଅର୍ଥାତ ଜୁଲାଇ ପହିଲାରୁ ଆପଣଙ୍କୁ ମାଗଣା ରାସନ ମିଳି ନପାରେ । ଗୋଟିଏ ଛୋଟ ଭୁଲ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ । ପୂର୍ବରୁ ଏହି ତାରିଖ ମାର୍ଚ୍ଚ ୩୧ ଥିବା ବେଳେ ବର୍ତ୍ତମାନ ଏହା ଜୁନ୍ ୩୦ ତାରିଖକୁ ପରିବର୍ତ୍ତନ କରାଯାଇଛି ।

କେନ୍ଦ୍ର ସରକାରଙ୍କ ତରଫରୁ ବାରମ୍ବାର ରାସନ କାର୍ଡଧାରୀମାନଙ୍କୁ ରାସନ କାର୍ଡ ସହିତ ଆଧାର କାର୍ଡକୁ ଲିଙ୍କ କରିବା ପାଇଁ କୁହାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଯଦି ଆପଣ ଏହି କାମ ଶେଷ କରି ନାହାନ୍ତି, ତେବେ ଆପଣ ମଧ୍ୟ ଏହି ଯୋଜନାରୁ ବାଦ୍ ପଡି ପାରନ୍ତି । ଏହି ଭୁଲ ପାଇଁ ସରକାରଙ୍କ ତରଫରୁ ଆପଣଙ୍କ ରାସନ କାର୍ଡ ରଦ୍ଦ କରି ଦିଆଯାଇପାରେ । ଫଳରେ ଜୁଲାଇ ୧ ତାରିଖରୁ ଆପଣ ଏହି ଯୋଜନାରେ ମିଳୁଥିବା ମାଗଣା ରାସନରୁ ବଞ୍ଚିତ ହୋଇପାରନ୍ତି । ଏହାବ୍ୟତୀତ ଅନ୍ୟ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି ଆପଣ, କାରଣ ଆଗକୁ ରାସନ କାର୍ଡ ମଧ୍ୟ ଏକ ପରିଚୟ ପତ୍ର ଭାବରେ ବ୍ୟବହାର କରାଯିବା ନେଇ ଯୋଜନା ରହିଛି ।

ପ୍ରକୃତ ଏବଂ ଯୋଗ୍ୟ ହିତାଦିକାରୀଙ୍କୁ ଏହି ଯୋଜନରେ ସାମିଲ କରିବା ସହ ଅଯୋଗ୍ୟ ଆବେଦନକାରୀଙ୍କୁ ହଯାଇବା ପାଇଁ ଆଧାର କାର୍ଡ ସହ ରାସନ କାର୍ଡ ଲିଙ୍କ କରିବା ପାଇଁ କୁହାଯାଇଛି । ଉଭୟ ଡକୁମେଣ୍ଟ ଲିଙ୍କ ହେବା ଫଳରେ ଡୁପ୍ଲିକେଟ ରାସନ କାର୍ଡ ମଧ୍ୟସ୍ତିଙ୍କ ମନମାନି ଉପରେ ରୋକ ଲଗା ଯାଇ ପାରିବ । ତେବେ ଆପଣ ଯଦି ଏପର୍ଯ୍ୟନ୍ତ ରାସନ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ ନ କରିଛନ୍ତି, ତେବେ ଆସନ୍ତା ଜୁନ୍ ୩୦ ତାରିଖ ଭିତରେ ଏହା କରି ନିଅନ୍ତୁ । ଅନଲାଇନ ଏବଂ ଅଫ ଲାଇନ ଉଭୟ ଉପାୟରେ ଆଧାର କାର୍ଡ ଏବଂ ରାସନ କାର୍ଡ ଲଙ୍କ କରାଯାଇ ପାରିବ ।

Get real time updates directly on you device, subscribe now.