fbpx

ଗାଧୋଇବାକୁ ଯାଇ ୫ ନାବାଳକ ମୃତ, ଘଟଣାସ୍ଥଳରେ ପୋଲିସ

ଅହମଦାବାଦ: ଗୁଜରାଟର ବୋଟାଡ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗାଧୋଇବା ସମୟରେ ପାଣିରେ ବୁଡିଯାଇ ୫ ନାବାଳକଙ୍କର ମୃତ୍ୟୁ ଘଟିଛି । କ୍ରିଷ୍ଣା ସାଗର ହ୍ରଦରେ ଏପରି ଘଟଣା ଘଟିଥିବା ଜଣାପଡିଛି । ଏହି ୫ଜଣ ଦ୍ୱିପ୍ରହର ୧ଟା ସମୟରେ ଗାଧୋଇବା ପାଇଁ ଯାଇଥିଲେ ।

ସୂଚନା ଅନ୍ୟୁାୟୀ, ଗୁଜୁରାଟର ବୋଟାଡ ଜିଲ୍ଲାରେ ଥିବା କ୍ରିଷ୍ଣା ସାଗର ହ୍ରଦକୁ ୫ ନାବାଳକ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ବେଳେ ପ୍ରଥମେ ୨ ନାବାଳକ ବୁଡି ଯାଇଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ଜଣ ହ୍ରଦ ମଧ୍ୟକୁ ଯାଇଥିଲେ, ଶେଷରେ ସେମାନେ ମଧ୍ୟ ପ୍ରାଣ ହରାଇଛନ୍ତି ।

ଗ୍ରାମୀଣ ଲୋକେ ସେହି ହ୍ରଦ ପାଖକୁ ଯିବା ବେଳେ ବାଳକ ମାନଙ୍କର ଚପଲ ଏବଂ ପୋଷାକ ଦେଖିଥିଲେ, ହେଲେ କୌଣସି ଗୋଟିଏ ବାଳକଙ୍କୁ ସେଠାରେ ପାଇ ନଥିଲେ । ଏହାପରେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି ଉଦ୍ଧାରକାରୀ ଟିମ୍ ଏବଂ ଗାଁ ଲୋକଙ୍କ ସହାୟତାରେ ପାଣି ଭିତରେ ଖୋଜା ଖୋଜି ଚାଲିଥିଲା । ଏହାର ଏକ ଘଣ୍ଟା ପରେ ସେହି ନାବାଳକ ମାନଙ୍କୁ ଉଦ୍ଧାର କରାଯାଇଥିଲା ।

ପୋଲିସ ସେମାନଙ୍କ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ପଠାଇଛି । ସେହି ସମସ୍ତ ନାବାଳକଙ୍କ ବୟସ ୧୮ ବର୍ଷରୁ କମ । ତିନି ଜଣଙ୍କ ବୟସ ଯଥାକ୍ରମେ ୧୬ ହୋଇଥିବା ବେଳେ ଦୁଇ ଜଣଙ୍କ ବୟସ ୧୭ ବର୍ଷ ଅଟେ ।

Get real time updates directly on you device, subscribe now.