fbpx

ଲାପଟପ୍ କିମ୍ବା ସିଷ୍ଟମରୁ ବାହାରୁଥିବା ‘ବ୍ଲୁ ଲାଇଟ୍’ କମ କରିଦେବ ଆପଣଙ୍କ ଆୟୁଷ ! ରିସର୍ଚ୍ଚରୁ ଖୁଲାସା

ଦୈନନ୍ଦିନ ଆମେ କାମ କରିବା ପାଇଁ କମ୍ପ୍ୟୁଟର କିମ୍ବା ଲାପଟପ ବ୍ୟବହାର କରିଥାଉ । ବିନା ଡିଭାଇସ୍ ରେ ଏବେ ଅଫିସ କାମ କରିବା ମୁସ୍କିଲ। ତେବେ ଆମେ ଏହା ବି ଜାଣିଚୁ ଏସବୁ ଜିନିଷ ୟୁଜ କଲେ ସେଥିରୁ ବାହାରିଥିବା ବ୍ଲୁଏ ଲାଇଟ୍ ଶରୀର ପାଇଁ କ୍ଷତି ହୋଇଥାଏ। ସେଥିପାଇଁ ଏସବୁ ୟୁଜର ଙ୍କ ଆଖିରେ ଚଶମା ଲାଗିଥାଏ। ତେବେ ଏହି ଲାଇଟ୍ କେବଳ ଆଖି ନୁହେଁ ବରଂ ସ୍କିନ ବା ତ୍ଵଚାକୁ ବି ଖରାପ କରିଦିଏ।

ବର୍ତ୍ତମାନ ସମୟରେ ସମସ୍ତେ ଫୋନ ଓ ଲାପଟପ ବ୍ୟବହାର କରିବା ସାଧାରଣ କଥା ହୋଇଗଲାଣି। ତେବେ ଏହାରି ମଧ୍ୟରେ ଲୋକଙ୍କର ଆଖି ସମସ୍ୟା ମଧ୍ୟ ଦେଖିବାକୁ ମିଳିଲାଣି। ସ୍କ୍ରିନର ଅଧିକ ବ୍ୟବହାର ହେତୁ କେବଳ ଆଖି ନୁହେଁ ବରଂ ସ୍କିନ ଉପରେ ମଧ୍ୟ ଖରାପ ପ୍ରଭାବ ପଡୁଛି। ଆଜ୍ଞା ହଁ ଡିଭାଇସ୍‌ ରେ ଥିବା ବ୍ଲୁ ଲାଇଟ ଇଫେକ୍ଟରୁ ବଞ୍ଚିବା ପାଇଁ ଆମେ କେବଳ ଆଖି ପାଇଁ ଚଷମା ବ୍ୟବହାର କରୁଛେ। କିନ୍ତୁ ଏହାର ଖରାପ ପ୍ରଭାବ ସିଧା ସଳଖ ଆମ ସ୍କିନ ଉପରେ ମଧ୍ୟ ପଡୁଛି। ଡିଭାଇସରୁ ବାହାରୁ ଥିବା ବ୍ଲୁ ଲାଇଟ ସମୟ ପୂର୍ବରୁ ବୁଢ଼ା କରଦିଏ। ଏମିତି ବି କହିପାରିବା ଯେ ଏହି ଲାଇଟ ମଣିଷର ଆୟୁଷ ଛଡ଼ାଇନିଏ।

ଏହି ଟେଷ୍ଟ ଜଣେ ବ୍ୟକ୍ତିଙ୍କ ଉପରେ କରାଯାଇଥିଲା। ରିସର୍ଚ୍ଚ ପାଇଁ ସେହି ବ୍ୟକ୍ତିଙ୍କୁ ପ୍ରଥମେ ଅନ୍ଧାର ଘରେ ରଖାଯାଇଥିଲା। ଏହାପରେ ଏଲଇଡି ର ବ୍ଲୁ ଲାଇଟ ସମ୍ପର୍କରେ ତାଙ୍କୁ ଅଣାଗଲା। ଏହି ପରିସ୍ଥିତିରେ ବ୍ଲୁ ଲାଇଟ ସଂସ୍ପର୍ଶରେ ଆସିବା ପରେ ବ୍ୟକ୍ତିଙ୍କ ବୟସ ସମୟରୁ ଅଧିକ ଜଣାପଡ଼ିଲା।

ବ୍ୟକ୍ତି ଜଣଙ୍କ ଉପରେ ବ୍ଲୁ ଲାଇଟର ଇଫେକ୍ଟ ଜାଣିବା ପାଇଁ ତାଙ୍କୁ ୨ଦିନ, ୨୦ ଦିନ, ୪୦ ଦିନ ଓ ୬୦ ଦିନର ବ୍ୟବଧାନରେ ତାଙ୍କୁ ଅନ୍ଧାର ଘରେ ସମ୍ପୂର୍ଣ୍ଣ ବ୍ଳ ୁ ଲାଇଟରେ ରଖାଗଲା। ଏହାପରେ ବ୍ୟକ୍ତି ଜଣଙ୍କ ମାଇଟୋକୋଣ୍ଡ୍ରିୟାରେ ବ୍ଲୁ ଲାଇଟର ଇଫେକ୍ଟର ଯାଞ୍ଚ କରାଗଲା। ରିସର୍ଚ୍ଚ ଅନୁସାରେ ବ୍ଲୁ ଲାଇଟ କେବଳ ବ୍ୟକ୍ତି ଜଣଙ୍କ ଆଖି ଉପରେ ନୁହେଁ ବରଂ ତାଙ୍କ ସ୍କିନ ସେଲ୍ସ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଛି।

ଅନେକ ରିସର୍ଚ୍ଚରୁ ମଧ୍ୟ ଜଣାପଡ଼ିଛି ଯେ ଇଲେକଟ୍ରୋନିକ ଡିଭାଇସ ଯେପରି ଫୋନ, ଲାପଟପ ଓ ଟିଭି ରୁ ବାହାରୁଥିବା ବ୍ଲୁ ଲାଇଟ ସ୍କିନ ସେଲ୍ସ ରେ ଅନେକ ପରିବର୍ତ୍ତନ ଆଣିଥାଏ ।ଯେମିତିକି ଏହା ସ୍କିନ ସେଲ୍ସକୁ କମ କରେ ଅବା ସେଲ୍ସକୁ ମାରି ମଧ୍ୟ ଦିଏ। ଏହି ଡେଡ୍‌ ସେଲ୍ସ ଆମ ଶରୀର ପାଇଁ କ୍ଷତିକାରକ। ଏହା କାରଣରୁ ବ୍ୟକ୍ତି ସମୟ ପୂର୍ବରୁ ବୁ ଢ଼ା ହୋଇଯାଏ।

ୟୁନିଭରସିଟି ଅଫ ଟୋଲେଡୋର ଗବେଷଣାରୁ ଏହି ନୀଳ ଲାଇଟ୍‌ ଆଖିର ରେଟିନାକୁ କ୍ଷତି ପହଞ୍ଚାଉଥିବାର ପ୍ରମାଣ ମିଳିଛି । ଏହା ଦ୍ୱାରା ଆଖି ଉପରେ ଚାପ ପଡିଥାଏ ଓ ଅନ୍ୟ ସମସ୍ୟା ମଧ ସୃଷ୍ଟି ହୋଇଥାଏ । ଏହା ସହିତ କୌଣସି ବ୍ୟକ୍ତିଙ୍କୁ ୫୦ ବର୍ଷ ହେବା ବେଳକୁ ସେ ଦୃଷ୍ଟିହୀନତାର ଶିକାର ହୋଇ ପାରନ୍ତି ।

ରିସର୍ଚ୍ଚ ଅନୁଯାୟୀ ଯଦି ଏହି ବ୍ଲୁ ଲାଇଟରେ ଆପଣ ୧ ଘଣ୍ଟାରୁ ଅଧିକ ସମୟ ବସନ୍ତି ତେବେ ଆପଣଙ୍କ ସ୍କିନ ସେଲ୍ସରେ ଅନେକ ପରିବର୍ତ୍ତନ ହୋଇଥାଏ। ଏହା କାରଣରୁ ଅନେକ ଥର ସ୍କିନରେ କଳା ଦାଗ ମଧ୍ୟ ପଡ଼ିଯାଏ। ଅଧିକ ସମୟ ବ୍ଲୁ ଲାଇଟ ସମ୍ପର୍କରେ ଆସିବା କାରଣରୁ ସ୍କିନରେ ରେଡନେସ୍‌, କୁଣ୍ଡାଇବା ଓ ଆଖିରେ ଡ୍ରାଇନେସ୍‌ ସମ୍ବନ୍ଧିତ ସମସ୍ୟା ଦେଖାଯାଏ।

କେମିତି ପାଇବେ ରକ୍ଷା:
ଆପଣଙ୍କ ସ୍ମାର୍ଟ ଫୋନରେ Blue light ଫିଲଟର କିମ୍ବା ନାଇଟ୍‌ ମୋଡ ଅନ୍‌ କରିପାରିବେ । ଏଥିରେ ନୀଳ ଲାଇଟ ସ୍କ୍ରିନର ବହାରକୁ ଆସିନଥାଏ । ଯଦି ଆପଣଙ୍କ ସ୍ମାର୍ଟ ଫୋନରେ ପ୍ରଥମରୁ ଏହି ସୁବିଧା ନାହିଁ ତେବେ ପ୍ଲେ ଷ୍ଟୋର କିମ୍ବା ଆପ୍‌ ଷ୍ଟୋରରୁ ଏହି ଆପକୁ ଡାଉନଲୋଡ କରିପାରିବେ । ଯେଉଁଥିରେ ଏହି ନୀଳ ଲାଇଟ ଫିଲଟରର ସୁବିଧା ଥିବ ।ଏହା ବ୍ୟତୀତ ଆପଣ ଭଲ କ୍ବାଲିଟିର ସ୍କ୍ରିନ ପ୍ରୋଟେକ୍ଟର ମଧ୍ୟ ଲାଗାଇ ପରିବେ । ଅନେକ ସ୍କ୍ରିନ ପ୍ରୋଟେକ୍ଟର ଏହି ଫିଚର୍ସ ସହିତ ଆସିଥାଏ ଓ ନୀଳ ଲାଇଟ୍‌କୁ ଫିଲଟର କରିଥାଏ । ଆପଣ ଏହାକୁ ଅନଲାଇନରେ ମଧ୍ୟ ଅର୍ଡର କରିପାରିବେ ।

Get real time updates directly on you device, subscribe now.