fbpx

ମେଟ୍ରୋରେ ମିଳିବ ୪୦୦ ନୂଆ ନିଯୁକ୍ତି: ମିଳିବ ବଢିଆ ଦରମା

ନୂଆଦିଲ୍ଲୀ: ମେଟ୍ରୋ ଟ୍ରେନ ଏବଂ ସରକାରୀ ଚାକିରି ଖୋଜୁଥିବା ଯୁବପିଢୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ ଆସିଛି । ମୋଟ ୪୦୦ ପଦ ପାଇଁ ନିଯୁକ୍ତି ।ଣିଛି ମେଟ୍ରୋ ରେଲୱେ । ଷ୍ଟ୍ରେସନ କଣ୍ଟ୍ରୋଲର, ଟ୍ରେନ ଅପରେଟର, ଜୁନିୟର ଇଞ୍ଜିନିୟର, ମେକାନିକାଲ ଇଞ୍ଜିନିୟର, ସିଭିଲ/ମେଣ୍ଟେନର-ଫିଟର ଇତ୍ୟାଦି ପଦରେ ନିଯୁକ୍ତି ପାଇବାର ସୁଯୋଗ ପାଇବେ ଇଚ୍ଛୁକ ପ୍ରାର୍ଥି । ତେବେ ଜୁନ୍ ୯ ତାରିଖ ସୁଦ୍ଧା ୱେବସାଇଟକୁ ଯାଇ ଅନଲାଇନ ଆବଦେନ କରାଯାଇପାରିବ । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୨୪ ପଦବୀ ପୂରଣ କରିବ ଗୁଜୁରାଟ ମେଟ୍ରୋ ରେଳ କର୍ପୋରେସନ ।

ଇଚ୍ଚୁକ ଏବଂ ଯୋଗ୍ୟ ପ୍ରାର୍ଥି ଏହି ପଦ ପାଇଁ ମେ’ ୧୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଜୁନ ୯୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ପ୍ରାର୍ଥି । ଏଥିପାଇଁ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରତ୍ୟେକ ପଦ ପାଇଁ ପରିବର୍ତ୍ତନ ରହିଛି । ଏଥିପାଇଁ ଗୁଜୁରାଟ ମେଟ୍ରୋ ରେଳ କର୍ପୋରେସନର ନୋଟିଫିକେସନ ଲିଙ୍କକୁ ଫଲୋ କରିପାରିବେ । ତେବେ ଏଥିପାଇଁ ୬୦୦ ଟଙ୍କା ଆବେଦନ ଶୁଳ୍କ ଥିବା ବେଳେ ଆରକ୍ଷିତ ଶ୍ରେଣୀର ପ୍ରାର୍ଥିଙ୍କ ପାଇଁ ଏହା ୩୦୦ଟଙ୍କା ଧାର୍ଯ୍ୟ କରାଯାଇଛି ।

କେଉଁ ପଦବୀ ପାଇଁ କରିପାରିବେ ଆବେଦନ?

  • ଷ୍ଟେସନ କଣ୍ଟ୍ରୋଲର/ ଟ୍ରେନ ଅପରେଟର- ୧୫୦
  • କଷ୍ଟମର ରିଲେସନ ଆସିଷ୍ଟାଣ୍ଟ- ୪୬
  • ଜୁନିୟର ଇଞ୍ଜିନିୟର- ୩୧
  • ଜୁନିୟର ଇଞ୍ଜିନିୟର(ଇଲେକ୍ଟ୍ରୋନିକ୍ସ)- ୨୮
  • ଜୁନିୟର ଇଞ୍ଜିନିୟର(ମେକାନିକ)- ୧୨
  • ଜୁନିୟର ଇଞ୍ଜିନିୟର(ସିଭିଲ)- ୦୬
  • ମେଣ୍ଟେନର/ଫିଟର- ୫୮
  • ମେଣ୍ଟେନର/ଇଲେକ୍ଟ୍ରିକାଲ- ୬୦
  • ମେଣ୍ଟେନର/ଇଲେକ୍ଟ୍ରୋନିକ୍ସ- ୩୩

Get real time updates directly on you device, subscribe now.