fbpx

ଦିଲ୍ଲୀ ମେଟ୍ରୋରେ ଅଶ୍ଳୀଳତା ଉପରେ ବ୍ୟାନ୍ : ଆଉ ଦେଖିବାକୁ ମିଳିବନି କୌଣସି ଅଶ୍ଳୀଳତା କାର୍ଯ୍ୟକଳାପ, ଏମାନଙ୍କୁ ସାବାଡ କରିବ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ଦିଲ୍ଲୀ ମେଟ୍ରୋ ଟ୍ରେନ୍ ରେ ଅଶ୍ଳୀଳତା କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା । ଯରାହା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବିଭିନ୍ନମହଲରୁ ନିନ୍ଦା ପରେ ଏବେ ଦିଲ୍ଲୀ ପୋଲିସ ଏନେଇ ତତ୍ପର ହୋଇ ଉଠିଛି । ଅମାନିଆ ମାନଙ୍କୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ନେଇଛି ଦିଲ୍ଲୀ ପୋଲିସ । ମେଟ୍ରୋ ଷ୍ଟେସନ ଏବଂ ମେଟ୍ରୋ ଟ୍ରେନ୍ ଭିତରେ ପାଟ୍ରୋଲିଂକୁ କଡାକଡି କରାଯିବ । ୟୁନିଫର୍ମ ଏବଂ ବିନା ୟୁନିଫର୍ମରେ ସୁରକ୍ଷା କର୍ମୀ ପାଟ୍ରୋଲିଂକୁ କରିବେ ବୋଲି ଦିଲ୍ଲୀ ମେଟ୍ରୋ ରେଳ ନିଗମ ନିଷ୍ପତ୍ତି ନେଇଛି।

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ସର୍ବଶେଷ ଭିଡିଓରେ ମେଟ୍ରୋ କୋଚ ଚଟାଣରେ ବସିଥିବା ଜଣେ ପ୍ରେମୀ ଯୁଗଳଙ୍କୁ ଚୁମ୍ବନ ଦିଆଯାଉଥିବା ଅଭିଯୋଗ ହୋଇଥିଲା । ଦିଲ୍ଲୀ ମେଟ୍ରୋ କିସିଙ୍ଗ ନାଁରେ ଏହି ଭିଡିଓ ଭାଇରାଲ ହୋଇଥିଲେ । ଏହା ଏପରି ଅଶ୍ଳୀଳ କାର‌୍ୟ୍ୟକଳାପରେ ନିବୃତ୍ତ ରହିବାକୁ ଡିଏମଆରସି ଯାତ୍ରୀମାନଙ୍କୁ ନିବେଦନ କରିଛି। ଏହି ଘଟଣାକୁ ରୋକିବା ପାଇଁ ଷ୍ଟେସନ ଏବଂ ମେଟ୍ରୋ କୋଚରେ ପାଟ୍ରୋଲିଂ ବୃଦ୍ଧି କରିବାକୁ ଡିଏମଆରସି ନିକଟରେ ଦିଲ୍ଲୀ ପୋଲିସକୁ ଚିଠି ଲେଖିଥିବା ସୂତ୍ରରୁ ପ୍ରକାଶ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନିକଟରେ ହୋଇଥିବା ଭିଡିଓ ପରେ ଦିଲ୍ଲୀ ମେଟ୍ରୋ ଅନେକ ପଦକ୍ଷେପ କାର‌୍ୟ୍ୟକାରୀ କରି ସୁରକ୍ଷା ଏବଂ ତଦାରଖରେ ଉନ୍ନତି ଆଣିବାକୁ ଚାହୁଁଛି। କର୍ମଚାରୀମାନେ ସାଦା ପୋଷାକ ଟ୍ରେନ୍ ରେ ପାଟ୍ରୋଲିଂ କରିବେ । ଏହା ବ୍ୟତୀତ କିଛି ପୁରୁଣା ଟ୍ରେନ୍ କୁ ଛାଡି ସମସ୍ତ କୋଚରେ ସିସିଟିଭି କ୍ୟାମେରା ଲଗାଯାଉଛି । ଏହା ମହିଳାଙ୍କ ସମେତ ଯାତ୍ରୀଙ୍କୁ ବିପଦ ଏବଂ ଅସୁବିଧାରୁ ରକ୍ଷା କରିବାରେ ସହାୟକ ହେବ ।

ମେଟ୍ରୋ କୋଚର କସିଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କ୍ରୋଧିତ ପ୍ରତିକ୍ରିୟା ମିଳିଥିଲା । ଲୋକମାନେ ଏହି ଘଟଣାରେ ପଦକ୍ଷେପ ନେବାକୁ ଦାବି କରୁଛନ୍ତି।

Get real time updates directly on you device, subscribe now.