fbpx

ରାଜନେତା ପରିବାରରେ ନିର୍ଯାତନାର ଶିକାର ହେଉଛନ୍ତି ନାରୀ, ଅଭିଯୋଗ ହୋଇଛି ଭଳିକି ଭଳି

ଭୁବନେଶ୍ୱର: ନାରୀଙ୍କୁ ସମ୍ମାନ ଜଣାଇବାରେ ରାଜନେତାଙ୍କ ଭୂମିକା ଆଗ ଧାଡିରେ ରହିବା କଥା । ହେଲେ ଏଠାରେ ନାରୀମାନେ ରାଜନେତା ପରିବାରକୁ ଯାଇ ରାଜନେତାଙ୍କ ଉପରେ ଅଭିଯୋଗ ଆଣୁଛନ୍ତି । ବର୍ତ୍ତମାନ ଏବଂ ବିଗତ କିଛି ବର୍ଷ ମଧ୍ୟରେ ରାଜନେତାଙ୍କ ନାମରେ ଏପରି ଅଭିଯୋଗ ଆସୁଥିବାର ଦେଖାଯାଉଛି । ଓଡ଼ିଶାରେ ଏପରି ବହୁ ଆଗଧାଡିର ନେତାଙ୍କ ବିରୋଧରେ ପାରିବାରିକ ହିଂସା ଓ ନାରୀ ନିର୍ଯାତନାର ସଙ୍ଗୀନ ଅଭିଯୋଗ ଆସୁଛି । ବର୍ତ୍ତମାନ ବଲାଙ୍ଗିର ରାଜପରିବାରରର ଅନଙ୍ଗ ଉଦୟ ଏବଂ ତାଙ୍କ ପରିବାରର ବିରୋଧରେ ଏପରି ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି ତାଙ୍କ ପୁତ୍ରବଧୂ ।

-୨୦୧୬ ମସିହାରେ ଚମ୍ପୁଆ ବିଧାୟକ ସନାତନ ମହାକୂଡ଼ଙ୍କ ନାଁରେ ନିର୍ଯାତନାର ଅଭିଯୋଗ ଆସିଥିଲା । ତାଙ୍କ ବୋହୂ କବିତା ମହାକୁଡ଼ ଥାନାକୁ ଯାଇ ତାଙ୍କ ନାମରେ ଅଭିଯୋଗ ଆଣିଥିଲେ । ସନାତନଙ୍କ ପୁଅ ପଙ୍କଜ କବିତାଙ୍କୁ ୨୦୧୪ ମସିହାରେ ପ୍ରେମ ବିବାହ କରି ମାଲକାନାଗିରିର ଏକ ଘର ଭଡ଼ା କରି ରହୁଥିଲେ । କିଛିଦିନପରେ ତାଙ୍କର ଏକ କନ୍ୟା ସନ୍ତାନ ହୋଇଥିଲା । ଏହି ଖବର ସନାତନ ପାଇ, ପୁଅକୁ ସେହି ଝିଅସହ ବ ମିଶିବାକୁ କହିଥିଲେ । ଏମିତି କି ୨୦୧୫ ଅଗଷ୍ଟ ମାସରେ ସନାତନଙ୍କ ଜ୍ୱାଇଁଯାଇ ପଙ୍କଜଙ୍କୁ ଜୋରଜବରଦସ୍ତ ଘରକୁ ନେଇ ଆସିଥିଲେ । ଏଥିପାଇଁ ସେ ଥାନାରେ ଏକ ଅଭିଯୋଗ ଆଣିଥିଲେ ।

-ବଲାଙ୍ଗିର ରାଜପରିବାରର ଅନଙ୍ଗ ଉଦୟ ସିଂହ ଦେଓ ଏବଂ ତାଙ୍କ ସଂପୂର୍ଣ୍ଣ ପରିବାର ନାମାରେ ତାଙ୍କ ବୋହୂ ଆଦ୍ରିଜା ସିଂହ ଯୌତୁକ ନିର୍ଯାତନାର ଅଭିଯୋଗ ଅଣିଛନ୍ତି । ସେ ଏଭଳି ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ସ୍ୱାମୀ ଅର୍କେଶ ସିଂହ ଦେଓ, ଶ୍ୱଶୁର, ଶାଶୁ, ଦେଢଶୂର ଓ ଯାଆ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ଯୌତୁକ ବାବାଦରେ ସେ ଟଙ୍କା ଅଣିବାକୁ କହିବା ସହ ତାଙ୍କ ବେଡ ରୁମରେ ସିସିଟିଭି କ୍ୟାମେରା ଲଗାଇଛନ୍ତି । ତାଙ୍କୁ ଜୋରଜବରଦସ୍ତ ବିବାହ ବିଚ୍ଛେଦ କରିବାକୁ ବାଧ୍ୟ ମଧ୍ୟ କରୁଛନ୍ତି । ଏମିତି ନିର୍ଯାତନା ପାଇ ସେ ପୋଲିସ ଦ୍ୱାରସ୍ତ ହୋଇଛନ୍ତି । ରାଜପରିବାର ପକ୍ଷରୁ ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି କୁହାଯାଉଛି ।

-ଅନ୍ୟପଟେ କେନ୍ଦ୍ରାପଡା ସାଂସଦ ତଥା ଅବିନେତା ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷାପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେବାର ଅଭିଯୋଗ ଆସିଥିଲା । ଏହି ମାମଲା ଏବେ ମଧ୍ୟ କୋର୍ଟରେ ଚାଲୁଛି । ବର୍ଷାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଦିଲ୍ଲୀର ଏକ ସାମ୍ବାଦିକାଙ୍କ ପ୍ରେମରେ ପଡିଛନ୍ତି । ସେ ଖାଲି ତାଙ୍କ ସ୍ୱାମୀ ନୁହେଁ ସାରା ପରିବାରଙ୍କ ନାମରେ ଅଭିଯୋଗ ଆଣିଥିଲେ । ତାଙ୍କୁ ଖାଇବା ଦିଆନଯାଇ ତାଙ୍କୁ ତାଲା ପକାଇ ରଖିଥିଲେ ।

– ବାଲେଶ୍ୱର ଅଂଚଳରେ ଥିବା ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବିରୋଧରେ ତାଙ୍କର ପୁତ୍ର ବଧୂ ଅଭିଯୋଗ ଅଣିଥିଲେ । ଅଭିଯୋଗ ପରେ ତାଙ୍କର ମନ୍ତ୍ରୀ ପଦବୀ ଚାଲିଯାଇଥିଲା । ତେବେ ବୋହୂକୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲୁଥିଲା ।

-କିଛିବର୍ଷ ତଳେ ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ ପ୍ରତାରଣା ଅଭିଯୋଗ ହୋଇଥିଲା । ବିଧାୟକ ଙ୍କ ନୟାଗଡା ଜିଲ୍ଲାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ହେଲେ ତାଙ୍କୁ ସାମାଜିକ ସ୍ୱୀକୃତି ନଦେଇ ତାଙ୍କୁ ନିର୍ଯାତନା ଦେଉଥିଲେ ।

Get real time updates directly on you device, subscribe now.