fbpx

(Video) ଅଚାନକ ମାଡ଼ି ଆସିଲା ମୃତ୍ୟୁ: ବାଇକକୁ ହଠାତ୍ ସାମ୍ନାପଟୁ ପିଟିଲା ଯାତ୍ରୀବାହୀ ବସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସିବ ତାହା କେହି କହିପାରିବେ ନାହିଁ । ରାସ୍ତାରେ ଅନେକ ସମୟରେ ଅଚାନକ ଦୁର୍ଘଟଣା ଘଟି କିଛି ସେକେଣ୍ଡ ମଧ୍ୟରେ ଅନେକଙ୍କର ଜୀବନ ଚାଲି ଯାଉଛି । ସେହିପରି ଏକ ବଡ଼ ଦୁର୍ଘଟଣାର ଚିତ୍ର ଏବେ ସାମ୍ନାକୁ ଆସିଛି । ସାଙ୍ଗହୋଇ ଗୋଟିଏ ବାଇକରେ ଖୁସିରେ ଯାଉଥିବା ବେଳେ କାଳ ରୂପୀ ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଇଛି ।

ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲାରୁ ଆସିଛି ଏପରି ଏକ ଲାଇଭ୍ ଭିଡିଓ ଚିତ୍ର । ମୃତ୍ୟୁ କେବେ ବି ସ୍ଥାନ, କାଳ, ପାତ୍ର ଦେଖେ ନାହିଁ । ବାଇକରେ ଯାଉଥିବା ସମୟରେ ଏହି ଦୁଇ ବନ୍ଧୁ କେବେ ବି ଭାବିନଥିବେ ଏହି ଯାତ୍ରା ସେମାନଙ୍କ ଜୀବନର ଶେଷ ଯାତ୍ରା ବୋଲି । ତେବେ ଗୋଟିଏ ସେକେଣ୍ଡ ମଧ୍ୟରେ ସବୁକିଛି ବଦଳି ଯାଇଥିଲା । ରାସ୍ତା ପାର ହେଉଥିବାରେ ଅଚାନକ ବିପରୀତ ଦିଗରୁ ମାଡ଼ି ଆସିଥିଲା ଏକ ଯାତ୍ରୀବାହୀ ବସ୍ ଆଉ ସବୁଦିନ ପାଇଁ ଲିଭାଇ ଦେଇଥିଲା ଜଣଙ୍କର ଜୀବନର ଦୀପ । ଏଥିସହିତ ଅନ୍ୟ ଜଣେ ଗୁରୁତର ହୋଇ ମରଣ ସହ ଲଢ଼ୁଛି ।

ଗଞ୍ଜାମର ହିଞ୍ଜିଳିକାଟୁ ଜାତୀୟ ରାଜପଥରେ ଏଭଳି ଏକ ଛାତିଥରା ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଦୁଇ ସାଙ୍ଗ ଗୋଟିଏ ବାଇକରେ ଯାଉଥିବା ସମୟରେ ହଠାତ୍ ଦ୍ରୁତଗାମୀ ବସଟି ସେମାନଙ୍କ ବାଇକକୁ ଠେଲି ଦେଇ ଚାଲିଯାଇଥିଲା । ଏହି ଘଟଣା ଏତେଶୀଘ୍ର ଘଟିଯାଇଥିଲା ଯେ କେହି କିଛି ବୁଝିବା ବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା । ହିଞ୍ଜିଳିକାଟୁ ଚକ୍ଷୁ ଡାକ୍ତରଖାନା ନିକଟରେ ଥିବା ଏଚପି ପେଟ୍ରୋଲ ପମ୍ପରୁ ତେଲ ପକାଇ ଅପରାହ୍ଣ ସମୟରେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.