fbpx

ସିଲେକ୍ଟ କମିଟିକୁ ଯିବନି ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ,୧୧ ।୧୨: ସିଲେକ୍ଟ କମିଟିକୁ ପଠାଯିବ ନାହିଁ ନାଗରିକତା ସଂଶୋଧନ ବିଲ୍ । ନାଗରିକତା ସଂଶୋଧନ ବିଲକୁ ନେଇ ରାଜ୍ୟସଭାରେ ଭୋଟିଂ ହୋଇଛି । ସିଲେକ୍ଟ କମିଟିକୁ ପଠାଯିବା ନେଇ ଆସିଥିବା ପ୍ରସ୍ତାବ କାଟ ଖାଇଲା । ବିଲକୁ ପଠାଇବା ସପକ୍ଷରେ ୯୯ଟି ଭୋଟ୍ ଓ ବିପକ୍ଷରେ ୧୨୪ ଭୋଟ୍ ପଡିଲା । ଏହି ଭୋଟିଂରୁ ବିରତ ରହିଲା ଶିବସେନା । ରାଜ୍ୟସଭାରେ ୧୪ଟି ପ୍ରସ୍ତାବ ଉପରେ ଜାରି ରହିଛି ଭୋଟିଂ ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଏହି ବିଲ୍ ଲୋକସଭାରେ ବହୁମତରେ ପାରିତ ହୋଇଥିଲା । ବିଲ୍ ଉପସ୍ଥାପନ କରିବା ସପକ୍ଷରେ ୨୯୩ଟି ଭୋଟ୍ ପଡ଼ିଥିଲା । ସେହିପରି ବିଲ୍ ବିପକ୍ଷରେ ୮୨ଟି ଭୋଟ୍ ପଡ଼ିଥିଲା । ସଂସଦରେ ସେତେବେଳେ ୩୭୫ଜଣ ସଦସ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.