fbpx

DFCCILରେ ୫୩୫ଟି ପଦ ଖାଲି: ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଡେଡିକେଟେଡ ଫ୍ରେଇଟ କରିଡର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଡିଏଫସିସିଆଏଲ) ପକ୍ଷରୁ ଏନେଇ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଜୁନିୟର ଏଗଜିକ୍ୟୁଟିଭ୍ ଓ ଏଗଜିକ୍ୟୁଟିଭ୍ ପଦରେ ନିଯୁକ୍ତି ଦିଆଯିବ ।

ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ଅଧିନରେ ଡିଏଫସିସିଆଇଏଲ ଏକ ପବ୍ଲିକ ସେକ୍ଟର ପ୍ରତିଷ୍ଠାନ ଭାବେ କାର୍ୟ୍ୟ କରୁଛି । ମେ ମାସ ୨୦ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍ ମାସ ୧୯ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀମାନେ ସିଭିଲ, ଇଲେକ୍ଟ୍ରିକାଲ, ଅପରେସନ୍ସ ଆଣ୍ଡ ବିଡି, ଫାଇନାନ୍ସ, ଏଚଆର, ଆଇଟି, ସିଗନାଲ ଆଣ୍ଡ ଟେଲିକମ୍ୟୁନିକେସନ ଓ ମେକାନିକାଲ ପଦରେ ଚାକିରି କରିପାରିବେ ।

ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ଚଳିତ ବର୍ଷ ଜୁଲାଇ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ । ଏଗଜିକ୍ୟୁଟିଭ୍ ପଦ ପାଇଁ ୧୮ରୁ ୩୦ ଓ ଜୁନିୟର ଏଗଜିକ୍ୟୁଟିଭ ପଦ ପାଇଁ ୧୮ରୁ ୩୦ ବର୍ଷ ମଧ୍ୟରେ ବୟସ ହୋଇଥିବା ଆବଶ୍ୟକ । ଏସସି / ଏସଟିଙ୍କ ପାଇଁ ୫ ବର୍ଷ, ଓବିସି-ଏନସିଏଲଙ୍କ ପାଇଁ ୩ ବର୍ଷ, ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ୧୫ ବର୍ଷର ବୟସ କୋହଳ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 20.05.2023

ନୋଟିଫିକେସନ ଲିଙ୍କ: https://dfccil.com/upload/Advt_01_DR_2023_SD1W.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://dfccil.com/

Get real time updates directly on you device, subscribe now.