fbpx

ଅଦ୍ଭୁତ ଘଟଣା! ପୋଲିସ ମେସରୁ ୩୦୦KG ର ତୋପ ଚୋରି: ୧୫ ଦିନ ପର୍ଯ୍ୟନ୍ତ ଜାଣି ପାରିଲେନି ଅଫିସର

ଚଣ୍ଡୀଗଡ: ଚଣ୍ଡୀଗଡର ସେକ୍ଟର-୧ରେ ପଞ୍ଜାବ ସଶସ୍ତ୍ର ପୋଲିସ ବଳର ୮୨ ବାଟାଲିୟନ ଜିଓ ମେସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମେସ୍ ବାହାରୁ ୩ ଫୁଟ ଲମ୍ବା ୩୦୦ କେଜି ର ଏକ ତୋପ ଚୋରି ହୋଇଥିବା ଜାଣିବାକୁ ମିଳିଛି । କୁହାଯାଉଛି ଯେ, ଏହି ତୋପ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ସେଠାରେ ରହିଥିଲା । କିନ୍ତୁ ଏବେ ଏହା ସେଠାରେ ନାହିଁ । ତେବେ ମେସ୍ ପ୍ରଭାରୀ ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ଏହା ଲକ୍ଷ୍ୟ କରିଥିଲେ । ତୁରନ୍ତ ୮୨ ବାଟାଲିୟନ କମାଣ୍ଡେଟ ବଲବିନ୍ଦର ସିଂହଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା ।

ସୂଚନା ଅନୁସାରେ, ପଞ୍ଜାବ ପୋଲିସର ମୂଲ୍ୟବାନ ସମ୍ପତ୍ତି ଏହି ତୋପ ପିତ୍ତଳ ବ୍ୟତୀତ ଅନ୍ୟାନ୍ୟ ଧାତୁରେ ପ୍ରସ୍ତୁତ ହୋଇଥିଲା । ପ୍ରାୟ ଦେଢ ବର୍ଷ ପୂର୍ବରୁ ଏହି ତୋପକୁ ୮୨ ବାଟାଲିୟନକୁ ଅଣାଯାଇ ପରେ ସାର୍ବଜନିକ ପ୍ରଦର୍ଶନ ପାଇଁ ଏହାକୁ ବାହାରେ ରଖା ଯାଇଥିଲା । ତେବେ ଏହି ସ୍ଥାନରେ କୌଣସି ସିସିଟିଭି ବ୍ୟବସ୍ଥା ନଥିଲେ ମଧ୍ୟ ୨୪ ଘଣ୍ଟା ପୋଲିସ ପେଟ୍ରୋଲିଙ୍ଗ ହୋଇଥାଏ । କିନ୍ତୁ ଏମାନଙ୍କ ଭିତରୁ କେହି ମଧ୍ୟ ତୋପ ନଥିବାର ଲକ୍ଷ୍ୟ କରି ନଥିଲେ । ତେବେ ମାମଲା ରୁଜୁ କରିବା ସହ ତୋପ ମେ’ ୫ ରାତି କିମ୍ବା ୬ ତାରିଖ ସକାଳେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସେପଟେ ତୋପ ଚୋରି ହେବା ମାମଲା ଗଣମାଧ୍ୟମରେ ନ ଆଣିବା ପାଇଁ କହିଥିଲେ । କେହି ବ୍ୟକ୍ତି ୩ ଫୁଟ ଲମ୍ବ ଏବଂ ୨-୩ କ୍ୱିଣ୍ଟାଲ ଓଜନରଏକ ପିତ୍ତଳ ଧତୁ ତିଆରି ତୋପ ଚୋରି କରି ନେଇଥିବା ଅଭିଯୋଗ କହିଛନ୍ତି ବଲବିନ୍ଦର ସିଂହ ।

ସେକ୍ଟର-୩ ପୋଲିସ ଷ୍ଟେସନର ଜଣେ ପୋଲିସକର୍ମୀ କହିଛନ୍ତି ଯେ, ପୋଲିସ ଷ୍ଟେସନ ଭିତରେ କୌଣସି ସିସିଟିଭି ଲଗା ଯାଇନାହିଁ । ତେଣୁ ମାମଲା ରୁଜୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତକୁ ଗିରଫ କରାଯାଇ ପାରିନାହିଁ । ତେବେ ତୋପର ଓଜନ ଅନୁସାରେ ଜଣେ ବ୍ୟକ୍ତି ଏହାକୁ ଚୋରି ନେବା ସମ୍ଭବ ନୁହେଁ । ଏଥିପାଇଁ ପ୍ରାୟ୪-୫ ଜଣ ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି । ତେବେ ଏ ନେଇ ତଦନ୍ତ ଜାରି ରହିଛି ଏବଂ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.