fbpx

IPL-2023 ପ୍ଲେ-ଅଫରେ ଏଣ୍ଟ୍ରି କଲା ‘Super KIngs’: ବଢିଲା ଧୋନୀଙ୍କ ପଞ୍ଚମ ଟ୍ରଫିର ଆଶା

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପଟାଲ୍ସକୁ ମାତ୍ ଦେଇ ଚଳିତ ସିଜନର ପ୍ଲେ-ଅଫରେ ଏଣ୍ଟ୍ରି କରିଛି ଚେନ୍ନାଇ ସୁପର କିଙ୍ଗସ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏକ ବିଶାଳ ବିଜୟ ହାସଲ କରି ପ୍ଲେଅଫରେ ପହଞ୍ଚିଛି ଧୋନୀବାହିନୀ । ଶେଷ ଲିଗ୍ ମ୍ୟାଚରେ ଦିଲ୍ଲୀକୁ ୭୭ ରନରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବରେ ସିଧା ପ୍ଲେ-ଅଫରେ ଏଣ୍ଟ୍ରି କରିଛି ସିଏସକେ । ବିସ୍ଫୋରକ ବ୍ୟାଟିଂ ପରେ ସିଏସକେର ବୋଲିଂ ଡିପାର୍ଟମେଣ୍ଟ ଦିଲ୍ଲୀ ଉପରେ ଏକ ବିଶାଳ ବିଜୟ ହାସଲ କରିଛି । ଏହି ବିଜୟରେ ୧୭ ପଏଣ୍ଟ ସହ ପ୍ଲେଅଫରେ ଏଣ୍ଟ୍ରି କରିଛି ଚେନ୍ନାଇ ସୁପର କିଙ୍ଗସ ।

ଚେନ୍ନାଇର ୨୨୪ ରନକୁ ପିଛା କରି ଖୁବ ପଛରେ ରହିଯାଇଛି ୱାର୍ଣ୍ଣରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ୨୦ ଓଭର ପରେ ୯ୱିକେଟ ହରାଇ ମଧ୍ୟ ୭୭ ରନରେ ଦିଲ୍ଲୀ ପରାସ୍ତ ହୋଇଛି । ସେପଟେ ଏହି ବିଜୟର ୨ ପଏଣ୍ଟ ସହ ଚେନ୍ନାଇ ପଏଣ୍ଟ ଟେବୁଲରେ ୧୭ ପଏଣ୍ଟ ହାସଲ କରିଛି, ଏବଂ ଚଳିତ ସିଜନରେ ଦ୍ୱିତୀୟ ଦଳ ଭାବେ ପ୍ଲେଅଫରେ ପହଞ୍ଚିଛି । ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଦିଲ୍ଲୀ ବ୍ୟାଟିଂ ଉପରେ ଭାରୀ ପଡିଛନ୍ତି ଚେନ୍ନାଇର ବୋଲର । ଦଳ ତରଫରୁ ସମସ୍ତ ବୋଲର ସଫଳତା ପାଇଥିବା ବେଳେ ଷ୍ଟାର ବୋଲର ଦୀପକ ଚହର ସର୍ବାଧିକ ୩ଟି ୱିକେଟ ହାସଲ କରିଛନ୍ତି । ତାଙ୍କ ବ୍ୟତୀତ ଶ୍ରୀଲଙ୍କାର ଷ୍ଟାର ଖେଳାଳି ମହୀଷ ଥୀକ୍ଷଣା ଏବଂ ମଥୀଶା ପଥିରାନା ୨ଟି ଲେଖାଏଁ ଶିକାର କରିଛନ୍ତି । ତେବେ ଷ୍ଟାର ଅଲରାଉଣ୍ଟର ରବିନ୍ଦ୍ର ଜାଡେଜା ଏବଂ ତୁଷାର ଦେଶପାଣ୍ଡେ ଏହି ମ୍ୟାଚରେ ଗୋଟିଏ ଲେଖାଏଁ ସଫଳତା ନିଜ ନାମରେ କରିଛନ୍ତି । ଫଳରେ ଦିଲ୍ଲୀ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୪୬ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି ।

ଦମଦାର ବ୍ୟାଟିଂ ପରେ ଚେନ୍ନାଇ ବୋଲରଙ୍କ ଦବଦବା ମଧ୍ୟ ସହ୍ୟ କରିପାରି ନଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚରେ ଏକାକୀ ଲଢି ଦିଲ୍ଲୀ ଅଧିନାୟକ ୱାର୍ଣ୍ଣର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ସୁଦ୍ଧା ଦଳକୁ ବିଜୟ ଦେବାରେ ଅସଫଳ ହୋଇଛନ୍ତି । ୱାର୍ଣ୍ଣର ୫୮ ବଲରୁ ୮୬ ରନର ଏକ ମହତ୍ତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି, ଯେଉଁଥିରେ ୭ଟି ଚୌକା ଏବଂ ୫ଟି ଛକା ସାମିଲ ରହିଛି । ତେବେ ଅନ୍ୟ ପକ୍ଷରେ କୌଣସି ଖେଳାଳିଙ୍କ ସାଥ୍ ନ ମିଳିବାରୁ ଦିଲ୍ଲୀ ମ୍ୟାଚରେ ଏକ ବୃହତ ପରାଜୟର ସହ ଯାତ୍ରା ଶେଷ କରିଛି ।

Get real time updates directly on you device, subscribe now.