ଶୁଖିଲା ନଡ଼ିଆ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଶୁଖିଲା ନଡ଼ିଆରେ ଭିଟାମିନ,ପ୍ରୋଟିନ, ଆଇରନ, ସେଲେନିଅମ ଆଦି ପୋଷକ ତତ୍ୱ ଭରପୁର ମାତ୍ରାରେ ରହିଥାଏ । ଯାହାକି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ । ଶୁଖିଲା ନଡ଼ିଆ ମହିଳାଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହା ରକ୍ତ ଅଭାବ ପୁରାଣ କରିଥାଏ । ତେଣୁ ମହିଳା ତାଙ୍କ ଭୋଜନ ରେ ଶୁଖିଲା ନଡ଼ିଆ ଜରୁର ସାମିଲ କରିବା ଉଚିତ । ଶୁଖିଲା ନଡ଼ିଆରେ ଆହୁରି ଅନେକ ଫାଇଦା ରହିଛି । ଆସନ୍ତୁ ଜାଣିବା ସେସବୁ କଣ ।
ମହିଳାଙ୍କ ପାଇଁ ଶୁଖିଲା ନଡ଼ିଆ ଖାଇବା ଫାଇଦା :
ଆର୍ଥ୍ରାଇଟିସ ପାଇଁ ଲାଭକାରୀ :
ଅଧିକାଂଶ ମହିଳାଙ୍କ ଠାରେ ଆର୍ଥ୍ରାଇଟିସ ସମସ୍ୟା ରହିଥାଏ । ଏହି ସମସ୍ୟା ପାଇଁ ଶୁଖିଲା ନଡ଼ିଆ ଖାଇବା ଫାଇଦାକାରୀ ହୋଇଥାଏ ।
ରକ୍ତ ଅଭାବ ପୁରାଣ କରିଥାଏ :
ଅଧିକାଂଶ ମହିଳାଙ୍କ ଠାରେ ରକ୍ତ ହୀନତା ଦେଖାଯାଏ । ରକ୍ତ ହୀନତା ଦୂର କରିବା ପାଇଁ ଶୁଖିଲା ନଡ଼ିଆ ସେବନ ମହିଳାଙ୍କ ପାଇଁ ହୋଇଥାଏ ଲାଭକାରୀ । କାରଣ ଶୁଖିଲା ନଡ଼ିଆରେ ପ୍ରଚୁର ଆଇରନ ରହିଥାଏ ।
ଗର୍ଭବତୀଙ୍କ ପାଇଁ ଲାଭକାରୀ :
ଗର୍ଭବତୀ ମହିଳାଙ୍କ ପାଇଁ ଶୁଖିଲା ନଡ଼ିଆ ଖାଇବା ଫାଇଦାକାରୀ ହୋଇଥାଏ । ଏଥିରେ ଥିବା ଫ୍ୟାଟି ଏସିଡ ଶିଶୁ ବିକାଶରେ ସହାୟକ ହୋଇଥାଏ ।
ୟୁରିନ ସଂକ୍ରମଣ :
ଅଧିକାଂଶ ମହିଳାଙ୍କ ଠାରେ ୟୁରିନ ସଂକ୍ରମଣ ସମସ୍ୟା ରହିଥାଏ । ଏହି ସମସ୍ୟା ପାଇଁ ଶୁଖିଲା ନଡ଼ିଆ ଖାଇବା ଫାଇଦାକାରୀ ହୋଇଥାଏ ।