fbpx

ନକଲି ବିଶ୍ୱବିଦ୍ୟାଳୟର ତଦନ୍ତ ଆରମ୍ଭ; ଦେଶରେ ୨୧, ଓଡ଼ିଶାର ୨ଟିରେ ପଡିଲା ତାଲା

ଭୁବନେଶ୍ୱର: ନକଲି ବିଶ୍ୱବିଦ୍ୟାଳୟର ସଂଖ୍ୟା ଦେଶରେ ବଢିବାରେ ଲାଗିଛି । ପିଲାଙ୍କ ଠାରୁ ଟଙ୍କା ନେଇ ଜାଲ୍ ସାର୍ଟିଫିକେଟ ପ୍ରଦାନ କରୁଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ପିଲାଙ୍କୁ ହଇରାଣର ଶିକାର ହେବାକୁ ପଡୁଛି । ତେବେ ଏନେଇ ବିଶ୍ୱବିଦ୍ୟାଳୟ ନକଲି ବିଶ୍ୱବିଦ୍ୟାଳୟର ପୁଣିଥରେ ଖୋଳତାଡ ପ୍ରକ୍ରିୟା ଆରମ୍ଭ କରିଛି । ଯେଉଁ ରାଜ୍ୟରେ ନକଲି ବିଶ୍ୱବିଦ୍ୟାଳୟ ବାହାରିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସମସ୍ତ ରାଜ୍ୟ ମାନଙ୍କୁ କୁହାଯାଇଛି ।

ସୂଚନା ଅନୁଯାୟୀ, ୟୁଜିସି ପକ୍ଷରୁ ସମସ୍ତ ରାଜ୍ୟକୁ ଚିଠି ବଣ୍ଟାଯିବା ପରେ ରାଜ୍ୟ ସରକାର ଏବେ ତଦନ୍ତ ଆରମ୍ଭ କରିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯଦି ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର ଓ ଜୟପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ କୌଣସି ନକଲି ବିଶ୍ୱବିଦ୍ୟାଳୟ ବାହାରେ ତେବେ ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।

ବର୍ତ୍ତମାନ ସୁଧା ଭାରତରେ ସମୁଦାୟ ୨୧ଟି ବିଶ୍ୱବିଦ୍ୟାଳୟ ଏପରି ଧରାପଡିଛନ୍ତି । ସେଥିମଧ୍ୟରୁ ଦିଲ୍ଲୀରେ ୮ଟି ଥିବା ବେଳେ ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ଓଡ଼ିଶାର ରାଉରକେଲାରେ ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଶ୍ୱବିଦ୍ୟାଳୟ ରୋଡରେ ଥିବା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ରହିଛି ।

Get real time updates directly on you device, subscribe now.