fbpx

ପାଳିତ କୁକୁରର ନିଷ୍ଠାପରତା: ଖୋଜିକି ବାହାର କଲା ସେହି ଯାଗା, ଯେଉଁଠାରେ ମାଲିକ ଝିଅର ପୋତାଯାଇଥିଲା ଶବ

ପାଟଣା: ବିହାରର ଅରରିୟାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ପାଞ୍ଚ ବର୍ଷୀୟ ଝିଅକୁ ଅପହରଣ କରାଯାଇ, ହତ୍ୟାକରି ମାଟିତଳେ ପୋତାଯାଇଥିଲା । ଏହି ଝିଅର ସନ୍ଧାନ କେହି ନ ପାଉଥିବା ବେଳେ, ଘରେ ଥିବା ପାଳିତ କୁକୁର ସେହି ଝିଅର ଶବକୁ ଖୋଜି ବାହାର କରିଛି ।

ସୂଚନା ଅନୁଯାୟୀ, ଶନିବାର ଦିନ ଅଞ୍ଜଳୀ ନାମକ ଜଣେ ୫ ବର୍ଷୀୟ ଝିଅଙ୍କ ମାଆ ବାପା ବିବାହ ଉତ୍ସବକୁ ଯାଇଥିଲେ । ଘରେ ଅଞ୍ଜଳୀଙ୍କ ସହ ତାଙ୍କର ଭାଇ ଏବଂ ଭଉଣୀ ଥିଲେ । ତେବେ ରାତିରେ ଶୋଇବା ସମୟରେ ଅଞ୍ଜଳୀଙ୍କୁ କେହି ଅପହରଣ କରିନେଇଥିଲେ । ଯେତେବେଳେ ତାଙ୍କ ମାତା ପିତା ଘରକୁ ଫେରିଲେ ସେତେବେଳେ ଘରେ ଅଞ୍ଜଳୀକୁ ପାଇନଥିଲେ । ଏହାପରେ ସେ ଅଞ୍ଜଳୀକୁ ଖୋଜିବା ଆରମ୍ଭ କରିଦେଇଥିଲେ ।

ସେ ସମସ୍ତଙ୍କୁ ପଚରାଉଚରା କରିବା ସତ୍ତେ୍ୱ ଅଞ୍ଜଳୀ କେଉଁଠି ମଧ୍ୟ ମିଳିନଥିଲା । ଏହାପରେ ଆଜି ସକାଳୁ ତାଙ୍କ ମାତା ପିତାଙ୍କ ପାଳିତ କୁକୁର ତାଙ୍କ ପାଖକୁ ଆସିଥିଲା । ଏହାପରେ ସେ ମାଲିକଙ୍କ କୁର୍ତ୍ତାକୁ ଘୋଷାଡିବା ଆରମ୍ଭ କଲା । ଏହାପରେ ମାଲିକଙ୍କୁ ଲାଗିଲା କୁକୁର ଆମକୁ କୁଆଡେ ନେବାକୁ ଚାହୁଁଛି । ସେ କୁକୁର ସହିତ ଗଲା ପରେ, କୁକୁରଟି ତାଙ୍କୁ ଏକ ଗାଡ ପାଖକୁ ନେଇଯାଇଥିଲା । ସେଠାରେ ସେ ମାଟି ଖୋଳୁଖୋଳୁ ଝିଅ ଅଞ୍ଜଳୀର ଶବ ପାଇଥିଲେ ।

ଘଟଣାସ୍ଥଳରେ ପରିବାର ସଦସ୍ୟ ପୋଲିସକୁ ଡାକିଥିଲେ । ପୋଲିସ ଶବକୁ ଶବବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପୋଲିସ କହିବା ଅନୁସାରେ, ଏହି ମାମଲାଟି ଅପହରଣ ପରେ ହତ୍ୟା ସନ୍ଦେହ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ପରେ ମାମଲାର ତଦନ୍ତ ଚାଲିବ । ଏହାପରେ ପୋଲିସ ପରିବାର ସଦସ୍ୟଙ୍କୁ ପଚରାଉଚରା କରୁଛି ।

Get real time updates directly on you device, subscribe now.