fbpx

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ଏହି ପ୍ରସ୍ତାବରେ ବାଜିପାରେ ମୋହର !

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦.୪୫ରେ ଏହି ବୈଠକ ବସିବ । ସୋମବାର ବିଜେଡିର ୫ମ ପାଳି ସରକାରକୁ ୪ ବର୍ଷ ପୂରୁଛି । ୨୦୧୯ ମେ ୨୯ରେ ଲଗାତର ପଞ୍ଚମ ଥରପାଇଁ ନବୀନ ପଟ୍ଟନାୟକ ସରକାର ଗଠନ କରିଥିଲେ । ସରକାର ଗଠନର ପ୍ରଥମ ଦିନରେ କ୍ୟାବିନେଟ ବୈଠକ ବସିଥିଲା ।

ତେବେ ୫ମ ପାଳିର ସରକାର ଗଠନ କରିବା ପାଇଁ ବିଜେଡି ଯେଉଁ ନିର୍ବାଚନ ଇସ୍ତାହାର ଜାରି କରିଥିଲା ସେସବୁ ଯେପରି ଏହି ସରକାରର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗୋଟିଗୋଟି କରି ପୂରଣ ହେବ ସେନେଇ ସବୁ ପ୍ରସ୍ତୁତି ହେଉଛି। ଗତ ୪ବର୍ଷରେ ବିଜେଡି ସରକାର ଅଧିକାଂଶ ପ୍ରତିଶ୍ରୁତି ପାଳନ କରିଥିବା ବେଳେ ବାକି ଥିବା ସମସ୍ତ ପ୍ରତିଶ୍ରୁତି ଯେପରି ଖୁବ୍‌ ଶୀଘ୍ର ପାଳନ ହେବ ସେନେଇ ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏଥର ନିର୍ବାଚନୀ ବର୍ଷ ଥିବାରୁ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ଆଜି ଦିନ ୧୦ଟା ୩୦ରେ ବସିବାକୁ ଥିବା ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବିଭିନ୍ନ ପ୍ରକଳ୍ପ, ମିସନ୍‌ ଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଉଚ୍ଚଶିକ୍ଷା, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ବିଭାଗ ସମେତ ଆଉ କିଛି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିବ ବୋଲି ଜଣାପଡ଼ିଛି।

ଅପରପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୨ତାରିଖରୁ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ କାର୍ଯ୍ୟ ସମୀକ୍ଷା କରୁଥିବା ବେଳେ କେଉଁ ବିଭାଗ ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛନ୍ତି ତା’ର ରିପୋର୍ଟ ବି ଦେଉଛନ୍ତି। ଅନ୍ୟପଟେ ସରକାର ଗଠନର ପ୍ରଥମ ଦିନରେ ବସିଥିଲା କ୍ୟାବିନେଟ୍‌ ବୈଠକ । ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଥିଲା ।

Get real time updates directly on you device, subscribe now.