ନୂଆଦିଲ୍ଲୀ: ଦେଶରେ ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ଜାରି କରିଛନ୍ତି କେନ୍ଦ୍ର ସରକାର । ୨୦୨୨-୨୩ ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ହୋଇଛି । ସଦ୍ୟ ପ୍ରକାଶିତ ରିପୋର୍ଟରେ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ବୋଲି କୁହାଯାଇଛି । ଯେତେବେଳେ କି ୨୦୨୧-୨୨ ରେ ଏହି ଆକଳନ ୯.୧ ପ୍ରତିଶତ ଥିଲା । କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ଆଜି ଏହି ପରି ପରିସଂଖ୍ୟାନ ପ୍ରକାଶ କରିଛି । ଆର୍ଥିକ ବର୍ଷ ୨୦୨୨-୨୩ରେ ଭାରତର ଅଭିବୃଦ୍ଧି ରିଜର୍ଭ ବ୍ୟାଙ୍କ ଆକଳନଠାରୁ ମଧ୍ୟ ଅଧି ରହିଛି । ଗତ ଆର୍ଥିକ ବର୍ଷରେ ଭାରତର ଜିଡିପି ୭ ପ୍ରତିଶତ ରହିବ ବୋଲି ଆରବିଆଇ ଆକଳନ କରିଥିଲା ।
ଏହା ପୁର୍ବରୁ ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୬.୧ ପ୍ରତିଶତ ଥିଲା। ତେବେ ଏହି ଅବଧିରେ ସମସ୍ତ ଆକଳନ ଭୁଲ୍ ପ୍ରମାଣିତ ହୋଇଥିଲା। କାରଣ ଆରବିଆଇ ଚତୁର୍ଥ ତ୍ରୈମାସିକରେ ୫.୧ ପ୍ରତିଶତ ଅଭିବୃଦ୍ଧିର ପୂର୍ବାନୁମାନ କରିଥିଲା। ଏହାପୂର୍ବରୁ, ଅକ୍ଟୋବର-ଡିସେମ୍ବର ୨୦୨୨ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୪.୪ ପ୍ରତିଶତ ଥିଲା। ଏବଂ ଜୁଲାଇ-ସେପ୍ଟେମ୍ବର ୨୦୨୨ ତ୍ରୈମାସରେ ଜିଡିପି ହାର ୬.୩ ପ୍ରତିଶତ ରହିଥିଲା। ସେହିପରି ଏକ ବର୍ଷ ପୂର୍ବେ ଅର୍ଥାତ୍ ଜାନୁଆରୀରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୪.୧% ରେକର୍ଡ କରାଯାଇଥିଲା।
GDP grows at 7.2 per cent in 2022-23 against 9.1 per cent expansion in previous fiscal: Govt data
— Press Trust of India (@PTI_News) May 31, 2023
ଏହାପୁର୍ବରୁ ଏପ୍ରିଲରେ ଆସିଥିବା ରିପୋର୍ଟ ଅନୁଯାୟୀ ଦେଶର ୮ ମୌଳିକ ଶିଳ୍ପ ତଥଅ କୋର୍ ସେକ୍ଟର ୩.୫ ପ୍ରତିଶତକୁ ହ୍ରାସ ପାଇଛି । ଏହା ଗତ ଛଅ ମାସରେ ସବୁଠାରୁ କମ୍ । ମୁଖ୍ୟ ରୂପରେ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ବିଶୋଧନାଗାର ଉତ୍ପାଦ ଏବଂ ବିଦ୍ୟୁତ୍ ଉତ୍ପାଦନ କମ୍ ହେତୁ ମୂଳ ଶିଳ୍ପଗୁଡିକର ଅଭିବୃଦ୍ଧି ମନ୍ଥର ହୋଇଛି । ଗତ ବର୍ଷ ଏପ୍ରିଲରେ କୋର ଇଣ୍ଡଷ୍ଟ୍ରିଜ୍ର ଉତ୍ପାଦନ ୯.୫ ପ୍ରତିଶତ ବୃଦ୍ଧି ପାଇଥିଲା ।