fbpx

ତେଲେଙ୍ଗାନାରେ ନିର୍ମିତ ହେଲା ବିଶ୍ୱର ପ୍ରଥମ 3D ପ୍ରିଣ୍ଟ ମନ୍ଦିର, ଜାଣନ୍ତୁ କ’ଣ ରହିଛି ଖାସ୍

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ୩ଡି ପ୍ରିଣ୍ଟ ହିନ୍ଦୁ ମନ୍ଦିର ତେଲେଙ୍ଗାନାରେ ନିର୍ମାଣ ହେଉଛି । ସିଦ୍ଧିପେଟର ବୁରୁଗୁପାଲ୍ଲୀ ଠାରେ ଥିବା ଚରଭିଥା ମେଡୋସ୍ ସମ୍ପ୍ରଦାୟର ଏକ ଗେଟେଡ୍ ଭିଲ୍ଲା ଭିତରେ ଏହି ମନ୍ଦିର ନିର୍ମାଣ କରାଯାଉଛି । ମୋଟ ୩,୮୦୦ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଏହି ମନ୍ଦିରରେ ମୁଖ୍ୟତଃ ତିନୋଟି ଅଂଶ ନିର୍ମାଣ କରାଯାଉଛି । ଏହି ମନ୍ଦିର ସ୍ଥାନୀୟ ଇନଫ୍ରାଟେକ୍ କମ୍ପାନୀ ଆପସୁଜା ଇନଫ୍ରାଟେକ୍ ମାଧ୍ୟମରେ ନିର୍ମାଣ କରାଯାଉଛି ।

ଆପସୁଜା ଇନଫ୍ରାଟେକ୍ ସିମ୍ପଲିଫୋର୍ଜ୍ କ୍ରିଏସନ୍ ସହିତ ମିଶି ୩ଡି ମୁଦ୍ରିତ ନିର୍ମାଣ କରୁଛି । ଆପସୁଜା ଇନଫ୍ରାଟେକର ଏମଡି ହରି କୃଷ୍ଣ ଜେଡିପଲ୍ଲୀ କହିଛନ୍ତି ଯେ, ମନ୍ଦିରରେ ନିର୍ମିତ ତିନୋଟି ଗର୍ଭଗୃହ ନିର୍ମାଣ କରାଯାଇଛି । ଯେଉଁଥିରେ ପ୍ରଥମଟି ମୋଦକ ଆକାରରେ ଅଛି, ଯାହା ଭଗବାନ ଗଣେଶଙ୍କୁ ଉତ୍ସର୍ଗୀକୃତ । ଦ୍ୱିତୀୟ ଗର୍ଭଗୃହ ମନ୍ଦିର ବର୍ଗ ଆକାରରେ ନିର୍ମିତ ହୋଇଥିବାବେଳେ ଏହା ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ । ଏହା ସହ ତୃତୀୟଟି ମାତା ପାର୍ବତୀଙ୍କୁ ଉତ୍ସର୍ଗୀକୃତ ପଦ୍ମ ଫୁଲ ଆକାରରେ ନିର୍ମିତ ହୋଇଛି ।

ସିମ୍ପଲିଫର୍ଜ୍ କ୍ରିଏସନ୍ସ ମାର୍ଚ୍ଚ ମାସରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସହ ମିଳିତ ଭାବରେ ଦୁଇ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଭାରତର ପ୍ରଥମ ପ୍ରୋଟୋଟାଇପ୍ ବ୍ରିଜ୍ ତିଆରି କରିଥିଲା । ସିପଲିଫର୍ କ୍ରିଏସନ୍ସର ସିଇଓ ଧ୍ରୁବ ଗାନ୍ଧୀ କହିଛନ୍ତି ଯେ ଏହି ସେତୁ ଏହି ମନ୍ଦିର ନିର୍ମାଣରେ ମଧ୍ୟ ବ୍ୟବହୃତ ହୋଇଛି । ଏହି ସେତୁର ସଂକଳ୍ପ ଏବଂ ଡିଜାଇନ୍ ପ୍ରଫେସର କେ.ଭି.ଏଲ୍ ସୁବ୍ରମଣ୍ୟମ୍ ଏବଂ ଆଇଆଇଟି ହାଇଦ୍ରାବାଦର ସିଭିଲ୍ ଇଞ୍ଜିନିୟରିଂ ଗୋଷ୍ଠୀ ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିଲା ।

Get real time updates directly on you device, subscribe now.