fbpx

ମେ’ ମାସରେ ଜିଏସଟି ସଂଗ୍ରହ ୧.୫୭ ଲକ୍ଷ କୋଟି, ଓଡ଼ିଶାରେ ୪,୩୯୭ କୋଟି

ଭୁବନେଶ୍ୱର: ଦେଶରେ ଚଳିତ ବର୍ଷ ମେ’ ମାସରେ ଜିଏସଟି ସଂଗ୍ରହ ୧.୫୭ ଲକ୍ଷ କୋଟି ହୋଇଥିବା ବେଳେ ଓଡ଼ିଶାରେ ୪୩୯୭ କୋଟି ସଂଗ୍ରହ କରାଯାଇଛି । ଗତବର୍ଷ ଅପେକ୍ଷା, ଚଳିତ ବର୍ଷ ଦେଶରେ ୧୨ ପ୍ରତିଶତ ସଂଗ୍ରହ ବଢିଥିବା ବେଳେ ଓଡ଼ିଶାରେ ସଂଗ୍ରହ ୧୧ ପ୍ରତିଶତ ବଢିଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷର ମେ’ ମାସରେ ୨୮,୪୧୧ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସଟି ୩୫,୮୨୮ କୋଟି ଟଙ୍କା ହୋଇଥିବା ବେଳେ ରାଜ୍ୟ ଜିଏସଟି ଓ ୮୧,୩୬୩ କୋଟି ଟଙ୍କାର ସମନ୍ୱିତ ଜିଏସଟି ସଂଗ୍ରହ କରାଯାଇଛି । ସେହିପରି ସେସ୍ ସଂଗ୍ରହ ପରିମାଣ ୧୧,୪୮୯ କୋଟି ଟଙ୍କା ରହିଛି ।

ଚଳିତ ବର୍ଷ ମେ’ରେ ଜିଏସଟି,ଭାଟ୍, ପ୍ରଦେଶ ଶୁଳ୍କ ଓ ପ୍ରଫେସନାଲ୍ ଟିକଟ ବାବଦରେ ୨୭୧୧ କୋଟି ଟଙ୍କା ଓଡ଼ିଶାର ବାଣିଜ୍ୟ କର ଓ ଜିଏସଟି କମିସନରେଟ ତରଫରୁ ସଂଗ୍ରହ କରାଯାଇଥିଲା ।

Get real time updates directly on you device, subscribe now.