fbpx

୨୫ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟକୁ ବ୍ଲକ୍ କଲା ଟ୍ୱିଟର: ଏସବୁ କରୁଥିଲେ ପରବର୍ତ୍ତୀ ନମ୍ବର ଆପଣଙ୍କର ହେବ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଟ୍ୱିଟର ନିଜ ପ୍ଲାପଫର୍ମରେ ଭୁଲ ବିଷୟବସ୍ତୁକୁ ପ୍ରୋତ୍ସାହନ କିମ୍ବା ପୋଷ୍ଟ କରୁଥିବା ୨୫ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟକୁ ୨୬ ମାର୍ଚ୍ଚରୁ ୨୫ ଏପ୍ରିଲ ମଧ୍ୟରେ ବ୍ୟାନ୍ କରିଛି । ଏହି ଆକାଉଣ୍ଟଗୁଡ଼ିକରେ ଶିଶୁ ଯୌନ ଶୋଷଣ ଓ ଅଣ-ସମ୍ମତି ନଗ୍ନ ଫଟୋ ଏଡି ଆକାଉଣ୍ଟରୁ ଅପଲୋଡ କରାଯାଉଥିଲ. ଯାହା କମ୍ପାନୀର ନିୟମ ବିରୁଦ୍ଧ । ଏହା ସହିତ କମ୍ପାନୀ ୨,୨୪୯ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରିଛି, ଯାହା ପ୍ଲାଟଫର୍ମରେ ଟେର୍ଜିୟମକୁ ପ୍ରୋତ୍ସାହିତ କରୁଥିଲା ।

ମୋଟ ଏତିକି ଆକାଉଣ୍ଟ ହେଲା ବ୍ୟାନ୍ :-
ନୂଆ ଆଇଟି ନିୟମ ୨୦୨୧ ଅନୁଯାୟୀ, ମାସିକ ଉପଭୋକ୍ତା ସୁରକ୍ଷା ରିପୋର୍ଟ ପ୍ରକାଶ କରି କମ୍ପାନୀ କହିଛି ଯେ ଏଥିରେ ମୋଟ ୨୫,୫୩,୮୮୧ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି । ମାର୍ଚ୍ଚ ୨୫ ରୁ ଏପ୍ରିଲ ୨୬ ମଧ୍ୟରେ କମ୍ପାନୀ ମୋଟ ୧୫୮ ଟି ଅଭିଯୋଗ ଗ୍ରହଣ କରିଥିଲା , ଯେଉଁଥିରେ କମ୍ପାନୀ ପ୍ରଥମେ ୪ ଟି ଆକାଉଣ୍ଟକୁ ବ୍ୟାନ୍ କରିଥିଲା ।

ତେବେ ଏକ ଗଭୀର ସମୀକ୍ଷା ପରେ କମ୍ପାନୀ ଏହି ୩ ଟି ଆକାଉଣ୍ଟକୁ ପୁଣି ଆରମ୍ଭ କରିଛି । ଅନ୍ୟ ସମସ୍ତ ଆକାଉଣ୍ଟଗୁଡିକ କମ୍ପାନୀ ଦ୍ୱାରା ବ୍ୟାନ୍ କରାଯାଇଛି । ଟ୍ୱିଟର ଏହାର ରିପୋର୍ଟରେ କହିଛି ଯେ ଭାରତରୁ ପ୍ରାପ୍ତ ଅଧିକାଂଶ ଅଭିଯୋଗ ଅପବ୍ୟବହାର / ନିର୍ଯ୍ୟାତନା (୮୩), ସମ୍ବେଦନଶୀଳ ଏଡଲ୍ଟ ବିଷୟବସ୍ତୁ (୪୧), ଘୃଣ୍ୟ ଆଚରଣ (୧୯) ଏବଂ ବଦନାମ (୧୨) ସହ ଜଡିତ ।

Get real time updates directly on you device, subscribe now.