fbpx

Video: ରଜରେ ବେପାର ପାଇଁ ଡ୍ରେସ ଆଣିବାକୁ କଲିକତା ଯାଇ ଫେରୁଥିଲେ, ହେଲେ ସବୁଦିନ ପାଇଁ ଫେରିଗଲେ

ବାଲେଶ୍ୱର: ରଜରେ ବେପାର ପାଇଁ ଡ୍ରେସ ଆଣିବାକୁ ବାପା ଯାଇଥିଲେ କଲିକତା। ଆଉ ଫେରିଲା ବେଳେ ଘଟିଲା ଦୁର୍ଘଟଣା। ଦୁର୍ଘଟଣାରେ ବାପା ଚାଲିଗଲେ..ଏମିତି କହି କାନ୍ଦୁଥିଲା ଝିଅ ଆଉ ସେପଟେ ପତ୍ନୀ। କାରଣ ଭୟଙ୍କର ଦୁର୍ଘଟଣାରେ ପୁରା ପରିବାରଟା ଛାରଖାର ହୋଇଗଲା। ବାହାନଗାର ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ନେଇ ଏବେ ପୁରା ଭାରତ ଏବେ ଶୋକରେ ବୁଡିଥିବା ବେଳେ ଏବେ ଯାଜପୁର ଜିଲ୍ଲା ଦାନଗଦିରୁ ସାମ୍ନାକୁ ଆସିଛି ଏଭଳି ଦୁଃଖଦ ଖବର।

ଲୌହ ଦାନବର ରକ୍ତ ଭୋଜିରେ ଚାଲିଯାଇଛି ଦାନଗଦି ବ୍ଲକର ରାଛିପୁର ଗାଁର ଜଣକ ଜୀବନ । ପୁରା ଗାଁ ଏବେ ଶୋକରେ ବୁଡି ଥିବା ବେଳେ ସ୍ତ୍ରୀ ମଥାରୁ ସିନ୍ଦୁର ଲିଯାଇଛି । ଏପଟେ ବାପା ହରାଇ ବାହୁନି କାନ୍ଦୁଛି କୁନି ଝିଅ । ଶୋକରେ ବୁଡିଛି ପୁରା ଗାଁ । ଆଉ ଏ ହେଉଛି ଖବର ଜଣାପଡିବା ପରର ଚିତ୍ର । ନିଜ ବାପାକୁ ହରାଇ କୁନି ଝିଅଟି ପୁରା ହତବାକ ହୋଇପଡୁଛି ।
ମୃତକ ହେଲେ ଶିବଶଙ୍କର ସାହୁ । ସେହପିରି ଦୁଘଁଟରା ଜଣେ ଆହତ ହୋଇଛନ୍ତି । ଆହତ ହେଲେ କୁଳମଣି ସାହୁ । ଯେକି ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ଅଛନ୍ତି । ଏହି ଘଟଣା ଜଣାପଡିବା ପରେ ପୁରା ଗାଁ ଏବେ ଶୋକରେ ବୁଡିଛି । କାନ୍ଦ ବୋବାଳିରେ ଫାଟିପଡୁଛି ଅଞ୍ଚଳ ।

ବାଲେଶ୍ୱର ବାହାନଗା ଷ୍ଟ୍ରେସନ ନିକଟରେ ଏକ ମାଲବାହୀ ଟ୍ରେନକୁ ଏକ୍ସପ୍ରେସ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ବେଳେ ଦୁର୍ଘଟଣାରେ ଅନେକ ଗୁଡାଏ ବଗି ଓଲଟି ପଡିଥିଲା । ଅନେକ ଲୋକ ଏଥିରେ ପ୍ରାଣ ହରାଇଥିବା ବେଳେ କାହା ମୁଣ୍ଡରୁ ବାପାର ହାତ ଉଠି ଯାଇଛି ତ ପୁଣି କାହା ମଥାରୁ ସିନ୍ଦୁର ଲିଭିଯାଇଛି । ଏପରିକି ଉଜୁଡିଯାଇଛି ଅନେକ ପରିବାର । ଏହାରି ମଧ୍ୟରେ ଯାହାପୁର ଦାନଗଦି ରାଛିପୁର ଗାଁର ଶିବଶଙ୍କର ସାହୁଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତେବେ ସେ ରଜ ପାଇଁ ଡ୍ରେସ ପୋଷାକ କିଣିବା ଲାଗି କଲିକତା ଯାଇଥିଲେ । କଲିକତାରୁ ଡ୍ରେସ କିଣି ଟ୍ରେନରେ ଘରକୁ ଫେରୁଥିଲା ବେଳେ ଘଟିଥିଲା ଦୁର୍ଘଟଣା । ଗତକାଲି ପରିବାର ଲୋକେ ଖବର ପାଇ ବାହାନଗାଠାରେ ରାତି ୯ଟାରେ ପହଞ୍ଚି ଭୋର ୪ଟାରେ ପରିବାର ଲୋକ ମୃତ୍ୟୁ ଅବସ୍ଥାରେ ଚିହ୍ନଟ କରିଥିଲେ । ଶିବ ସାହୁ ମୃତ୍ୟୁ ଦେହ ପହଞ୍ଚିବା ପରେ ଗ୍ରାମରେ ଶୋକାକଳ ପରିବେଶ ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.