ଭୁବନେଶ୍ୱର: ବାଲେଶ୍ୱରରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ନେଇ ମୁଖ୍ୟ ସଚିବ ସୂଚନା ଦେଇଛନ୍ତି । ମୁଖ୍ୟ ସଚିବ ପ୍ରଦୀପ ଜେନା, ସଠିକ ମୃତ୍ୟୁ ସଂଖ୍ୟା ୨୭୫ ବୋଲି କହିଛନ୍ତି । ଗୋଟିଏ ଗୋଟିଏ ମୃତଦେହକୁ ୨ ଥର ଗଣିବା ଏବଂ ଅନ୍ୟାନ୍ୟ ତ୍ରୁଟି ଲାଗି ମୃତ୍ୟୁ ସଂଖ୍ୟା ସଠିକ୍ ନଥିଲା ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ଖବର ଆସିଥିଲା ଯେ, ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ ପାର କରିଛି । ହେଲେ ଗଣିବା ଭୁଲ ଯୋଗୁଁ ଏପରି ତ୍ରୁଟି ହୋଇଥିଲା । ବାରମ୍ବାର ଯାଞ୍ଚ ପରେ ଏହି ସଠିକ୍ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି । ୧୭୫ ମୃତଦେହରୁ ୮୮ ଜଣଙ୍କ ଚିହ୍ନଟ କରାଯାଇଛି । ଅନ୍ୟ ୧୮୭ ଜଣ ଚିହ୍ନ ହୋଇନାହାନ୍ତି ।
ଏଥରୁ ୮୮ଟି ମୃତଦେହରୁ ୭୮ଟି ମୃତଦେହ ହସ୍ତାନ୍ତର କରାଯାଇଛି । ଅନ୍ୟ ୧୦ଟି ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ୧୮୬ ମୃତଦେହରୁ ୧୭୦ ମୃତଦେହ ଭୁବନେଶ୍ୱର ଅଣାଯାଇଛି । ବାକି ରହିଥିବା ୧୭ଟି ମୃତଦେହ ଅଣାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।
Train Accident Report | 4th June, '23
State Emergency Operation Centre
Government of Odisha #TrainAccidentInOdisha pic.twitter.com/Cus0pAzzQm— I & PR Department, Odisha (@IPR_Odisha) June 4, 2023