fbpx

ଗୃହମନ୍ତ୍ରୀଙ୍କ ସହ ଭେଟି ୨ ଘଣ୍ଟା ଆଲୋଚନା କଲେ କୁସ୍ତିଯୋଦ୍ଧା: ଏବେ ହେବ କି ସମସ୍ୟାର ସମାଧାନ?

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କର ଏକ ଟିମ୍ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ।
ତେବେ ଏହି ବୈଠକରେ କଣ ଆଲୋଚନା ହୋଇଛି ସେ ବିଷୟରେ କୌଣସି ସୂଚନା ମିଳିନାହିଁ । ତେବେ କୁସ୍ତିଯୋଦ୍ଧା ଓ ଶାହଙ୍କ ମଧ୍ୟରେ ଆଲୋଚନା ସେହି ସମୟରେ ହୋଇଛି ଯେତେବେଳେ କୁସ୍ତିଯୋଦ୍ଧା ମାନେ ବ୍ରଜଭୂଷଣ ସିଂହଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ୫ ଦିନ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ମିଳିଥିବା ଏକ ରିପୋର୍ଟ ଅନୁସାରେ ଅମିତ ଶାହ ଓ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ସାକ୍ଷାତ ଶନିବାର ରାତିରେ ୨ ଘଣ୍ଟାରୁ ଅଧିକ ସମୟ ଧରି ହୋଇଛି । ଏହି ଆଲୋଚନାରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ କିଛି କୋଚ୍ ମଧ୍ୟ ସାମିଲ ଥିଲେ ।

ଏହି ଆଲୋଚନା ସଂପର୍କରେ ବଜରଙ୍ଗ ପୁନିଆ କହିଛନ୍ତି ଆମେ ଅମିତ ଶାହଙ୍କ ସହ ଆଲୋଚନା କରିଛୁ । ଏ ବିଷୟରେ ଆଉ ଅଧିକ ଟିପ୍ପଣୀ ଆମେ ଦେଇପାରିବୁ ନାହିଁ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ ବିଶ୍ୱ ଚମ୍ପିଆନ୍ ସିପ୍ ପଦକ ବିଜେତା ବିନେଶ ଫୋଗଟଙ୍କ ସହିତ ବ୍ରଜଭୂଷଣ ଶରଣ ସିଂହ(ଯାହାଙ୍କ ଉପରେ ଜଣେ ନାବାଳିକା ସହିତ ୭ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ସହିତ ଯୌନ ଉତ୍ପୀଡନ ଅଭିଯୋଗ ଲଗାଯାଇଛି) ଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିବାରେ ସବୁଠାରୁ ଆଗରେ ଅଛନ୍ତି ।

Get real time updates directly on you device, subscribe now.