fbpx

ଆଖିବୁଜିଲେ ମହାଭାରତର ଶକୁନି ‘ଗୂଫୀ ପଟେଲ’, ଅନେକ ଦିନ ଧରି ଥିଲେ ରୋଗାକ୍ରାନ୍ତ

ନୂଆଦିଲ୍ଲୀ: ଅଭିନୟ ଜଗତ ପାଇଁ ଦୁଃଖ ଖବର । ଆଉନାହାନ୍ତି ଦିଗଜ୍ଜ ଅଭିନେତା ଗୂଫୀ ପଟେଲ । ସେ ମହାଭାରତ ସିରିୟଲର ଶକୁନି ଭୁମିକାରେ ଅଭିନୟ କରୁଥିଲେ । ବହୁ ଦିନ ଧରି ରୋଗାକ୍ରାନ୍ତ ପରେ ଅଭିନେତାଙ୍କ ଦେହାନ୍ତ ଘଟିଛି ।

୧୯୮୮ ମହାଭାରତରେ ଶକୁନି ଭୂମିକାରେ ଅଭିନୟ କରିଥିବା କିମ୍ବଦନ୍ତୀ ଅଭିନେତା ଗୂଫୀ ପଟେଲଙ୍କ ଦେହାନ୍ତ ହୋଇଛି। ୭୮ ବର୍ଷୀୟ ଗୋଫିଙ୍କର ୫ ଜୁନ୍ ରେ ମୃତ୍ୟୁ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଗୂଫୀଙ୍କର ଶେଷ ରୀତିନୀତି ଆଜି ଅପରାହ୍ନ ୪ ଟାରେ ଅନୁଷ୍ଠିତ ହେବ। ତାଙ୍କ ମୃତ୍ୟୁ ସମୟରେ ଗୂଫୀଙ୍କୁ ଆନ୍ଧେରିର ବେଲାଭ୍ୟୁ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଅଭିନେତା କିଡନୀ ସମସ୍ୟା ସହ ଲଢୁଥିଲେ।

ଗୂଫୀ ପଟେଲଙ୍କୁ ଲୋକେ ଟିଭି ଶୋ ମହାଭାରତରେ ଶକୁନି ଭୁମିକାରେ ଦେଖିଥିଲେ । ତାଙ୍କର ବହୁ ଫ୍ୟାନ ଫଲୋଇଙ୍ଗ ମଧ୍ୟ ଅଛନ୍ତି । ହେଲେ ଗୂଫୀ ପଟେଲ ଅଭିନୟ କରିବା ପୂର୍ବରୁ ସେ ସେନାରେ ଥିଲେ । କିନ୍ତୁ ତାଙ୍କ ଭାଇ ଅମରଜୀତ ପଟେଲ ପୁର୍ବରୁ ବଲିଉଡରେ ଅଂଶୀଦାର ଥିଲେ । ଭାଇଙ୍କୁ ଦେଖି ଗୂଫୀ ପଟେଲ ମଧ୍ୟ ମୁମ୍ବାଇ ଯାଇ ଅଭିନୟ କରି ନିଜର ପରିଚୟ ସୃଷ୍ଟି କରିଥିଲେ ।

ମହାଭାରତ ସମେତ ଗୂଫୀ ପଟେଲ ବହୁ ଟିଭି ସିରିୟଲ ଏବଂ ଫିଲ୍ମ ରେ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କ ଅଭିନୀତ ସିରିୟଲ ହେଲା ଆକବର ବିରବଲ, ସିଆଇଡି ଏବଂ ରାଧା କ୍ରୀଷ୍ଣା । ସେହିପରି ଫିଲ୍ମ ଦାବା, ସୁହାଗ, ଦେଶପରେଦେଶୀ ଏବଂ ଧୂମ ପରି ଫିଲ୍ମରେ ଅଭିନୟ କରି ସମସ୍ତଙ୍କ ମନ କିଣିପାରିଥିଲେ । ଏହାବ୍ୟତୀତ ସେ କାଷ୍ଟିଙ୍ଗ ଡାୟରେକ୍ଟର ରୂପେ ମଧ୍ୟ କାମ କରିଛନ୍ତି । ତାଙ୍କର ଶେଷ ସିରିୟଲ ଶୋ ଷ୍ଟାର ପ୍ଲସର ଜୟ କହ୍ନେୟା ଲାଲ କି ଥିଲା ।

Get real time updates directly on you device, subscribe now.