fbpx

ପ୍ରତିଶ୍ରୁତି ପୂରଣ କରିବ ବିସିସିଆଇ: IPL-2023 ରେ ଡଟ୍ ବଲ ପାଇଁ ଲାଗିବ ଏତିକି ଗଛ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର କ୍ୱାଲିଫାୟାର ମ୍ୟାଚ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଉଛି ଭାରତୀୟ କ୍ରିକେଟ ବୋର୍ଡ । ୪ଟି କ୍ୱାଲିଫାୟାର ମ୍ୟାଚରେ ଖେଳାଯାଇଥିବା ପ୍ରତି ଡଟ୍ ବଲ୍ ପାଇଁ ୫୦୦ଟି ଲେଖାଏଁ ଗଛ ପୋତିବ ବିସିସିଆଇ । ଏଥିପାଇଁ ବୋର୍ଡ ପକ୍ଷରୁ ବୃକ୍ଷରୋପାଣ ବ୍ୟବସ୍ଥା କରାଯାଉଛି । ଏଲିମିନେଟର୍, ଦୁଇ କ୍ୱାଲିପାୟାର ଏବଂ ଫାଇନାଲ ମ୍ୟାଚରେ ମୋଟ ୨୯୪ଟି ଡଟ୍ ବଲ୍ ଫିଙ୍ଗା ଯାଇଛି । ଏହି ଅନୁସାରେ ବର୍ତ୍ତମାନ ବିସିସିଆଇ ତରଫରୁ ବୃକ୍ଷ ରୋପଣ କରାଯିବ ।

ସୂଚନା ଥାଉ କି, ଗତ ଆଇପିଏଲର ଶେଷ ପର୍ଯ୍ୟାୟରେ ଟାଟା ଗ୍ରୁପ ସହ ମିଶି ବିସିସିଆଇ ପକ୍ଷରୁ ଏକ ବଡ ଘୋଷଣା କରାଯାଇଥିଲା । ସିଜନର ଶେଷ ୪ଟି କ୍ୱାଲିଫାୟାର ପର୍ଯ୍ୟାୟର ପ୍ରତ୍ୟେକ ଡଟ୍ ବଲ୍ ପାଇଁ ବୋର୍ଡ ପକ୍ଷରୁ ୫୦୦ଟି ଗଛ ପୋତାଯିବ । ତେବେ ଏହି ସମସ୍ତ ମ୍ୟାଚରେ ମୋଟ ୧,୪୭,୦୦୦ ଗଛ ପୋତିବ ବିସିସିଆଇ । ଏ ନେଇ ବିସିସିଆଇ ସଚିବ ଜୟ ଶାହ ସୂଚନା ଦେଇଛନ୍ତି । ଗତ ସିଜନର ପ୍ରଥମ କ୍ୱାଲିଫାୟାର ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିବା ବେଳେ ଏହି ମ୍ୟାଚରେ ମୋଟ ୮୪ଟି ଡଟ୍ ବଲ୍ ଫିଙ୍ଗା ଯାଇଥିଲା । ଏହାପରେ ପ୍ରଥମ ଏଲିମିନେଟରରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷେ୍ନø ସୁପର ଜିଆଣ୍ଟସ । ତେବେ ଏହି ମ୍ୟାଚରେ ସର୍ବାଧିକ ୯୮ଟି ଡଟ୍ ବଲ୍ ଖେଳାଯାଇଥିବା ରେକର୍ଡ ହୋଇଛି । ଏହାପରେ ଦ୍ୱିତୀୟ କ୍ୱାଲିଫାୟାର ମୁମ୍ବାଇ-ଗୁଜୁରାଟ ମଧ୍ୟରେ ଖେଳାଯାଇଥିଲା ଏବଂ ଏଥଇରେ ଡଟ୍ ବଲ ସଂଖ୍ୟା ଥିଲା ମାତ୍ର ୬୮ । ଶେଷରେ ପାଇନାଲ ମ୍ୟାଚ ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ମାତ୍ର ୪୬ଟି ଡଟ୍ ପକାଇ ପାରିଥିଲେ ଉଭୟ ଦଳର ବୋଲର ।

ବିସିସିଆଇ ଏବଂ ଟାଟା ଗ୍ରୁପର ମିଳିତ ପ୍ରୟାସରେ ଏଭଳି ଏକ ନିଆରା ଏବଂ ସ୍ୱତନ୍ତ୍ର ପଦକ୍ଷେପ ଅବଲମ୍ବନ କରାଯାଇଥିଲା । ତେବେ କ୍ୱାଲିଫାୟାର ପର୍ଯ୍ୟାୟରେ ମୋଟ ୨୯୪ଟି ଡଟ୍ ବଲ୍ ଖେଳାଯାଇଥିବା ବେଳେ ପ୍ରତ୍ୟେକ ବଲ ପାଇଁ ୫୦୦ ଗଛ ହିସାବରେ ବର୍ତ୍ତମାନ ୧,୪୭,୦୦୦ ଗୁଛ ଲଗାଯିବ । ବିସିସିଆଇର ଏଭଳି ଏକ ପ୍ରକୃତିପ୍ରେମୀ ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିବା ସହ ଖୁବ ପ୍ରଶଂସା କରିଛନ୍ତି । ଏ ନେଇ ବିସିସିଆଇ ତରଫରୁ ଏକ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.