fbpx

ମଦ ପରେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ?

କରୋନା ଭାଇରସ୍ ଯୋଗୁଁ ଦେଶର ଅର୍ଥନୀତି ଅଧିକ ପ୍ରଭାବିତ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ଦିଲ୍ଲୀରେ ପେଟ୍ରୋଲ ଦର ୧.୬୭ ଟଙ୍କା ଓ ଡିଜେଲରେ ୭.୧୦ ଟଙ୍କା ବୃଦ୍ଧି ହୋଇଛି । ଗତ ୫୦ ଦିନ ପରେ ଦିଲ୍ଲୀ ଓ ଚେନ୍ନାଇରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି ।

ତେବେ ଇଣ୍ଡିଆନ୍ ଅଏଲ ୱେବସାଇଟ୍ ମୁତାବକ, ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ପେଟ୍ରୋଲ ଦର ୭୧.୨୬ ଟଙ୍କା, ୭୬.୩୧ ଟଙ୍କା, ୭୩.୩୦ ଟଙ୍କା, ୭୫.୫୪ ଟଙ୍କାରେ ବିକ୍ରି ହେଉଛି । ସେହିପରି ଏହି ୪ଟି ମେଟ୍ରୋରେ ଡିଜେଲ ୬୯.୩୯ ଟଙ୍କା, ୬୬.୨୧ ଟଙ୍କା, ୬୫.୬୨ ଟଙ୍କା ଓ ୬୮.୨୧ ଟଙ୍କା ଲିଟର ପିଛା ବିକ୍ରି ହେଉଛି ।

Get real time updates directly on you device, subscribe now.