fbpx

ଆପଣଙ୍କର ଫୁଡ୍‌ ପଏଜନିଂ ହୋଇଛି କି ? ଜାଣନ୍ତୁ ମୁକ୍ତି ପାଇବାର ଉପାୟ

ଖରାଦିନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ସେଥିମଧ୍ୟରୁ ଶରୀରରୁ ଜଳୀୟଅଂଶ ପରିମାଣ କମ୍‌ ହେବା, ଭାଇରାଲ ଫିଭର୍‌, ଷ୍ଟ୍ରୋକ, ଫୁଡ ପଏଜନିଂ ଆଦି ଅନ୍ୟତମ। ଏହି ସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ସାବଧାନତା ଅବଲମ୍ବନ କରନ୍ତୁ। ଗରମରେ ଖାଦ୍ୟ ଅପେକ୍ଷା ପାଣିର ଆବଶ୍ୟକତା ଅଧିକ ଥାଏ। ଏହାସହ ପୃଷ୍ଟିକର ଖାଦ୍ୟ ଖାଇବା ଉଚିତ। ନଚେତ ଫୁଡ୍‌ ପଏଜନିଂ ହେବାର ଆଶଙ୍କା ଦେଖାଯାଇଥାଏ।

ତେବେ ଖାଇବାର କିଛି ଘଣ୍ଟା ପରେ ଯଦି ବାନ୍ତି ହେବା ସହ ପେଟ ଦରଜ ହୋଇଥାଏ ତେବେ ଏହା ଫୁଡ୍‌ ପଏଜନିଂର କାରଣ ହୋଇପାରେ। ଏହାର ମୁଖ୍ୟ କାରଣ ବ୍ୟାକ୍ଟେରିଆ।

ଏହାର ଲକ୍ଷଣ
-ଖାଇବା ପରେ କିଛି ଦିନ ପର୍ଯ୍ୟନ୍ତ ଡକାର ଦେବା
-ପେଟଦରଜ, ଜର ବାନ୍ତି ଭଳି ସମସ୍ୟା
-ଥକା ଲାଗିବା

ଏଥିରୁ ମୁକ୍ତି ପାଇବାର ଉପାୟ
-କୌଣସି ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
-ପେଟ ଦରଜ ହେବା ମାତ୍ରେ ପଇଡ଼, ଲେମ୍ବୁ ପାଣି ପିଅନ୍ତୁ ।

Get real time updates directly on you device, subscribe now.