fbpx

କଞ୍ଚା କ୍ଷୀରର ଉପକାରୀତା: ଲଗାଇଲେ ଦୂର ହେବ ତ୍ୱାଚାର ସମସ୍ତ ସମସ୍ୟା

ଭୁବନେଶ୍ୱର : କ୍ଷୀର ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଅନେକ ପ୍ରକାରର ଭିଟାମିନ ବ୍ୟତୀତ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଛି । କଥାରେ କୁହାଯାଏ କ୍ଷୀର ହେଉଛି ସମ୍ପୂର୍ଣ୍ଣ ଆହାର । ଏହା ଶରୀରର କଷ୍ଟ ଯନ୍ତ୍ରଣା ଏବଂ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର କରିଥାଏ । ଏହା ସ୍ୱାସ୍ଥ୍ୟକୁ ସୁସ୍ଥ ମଧ୍ୟ ରଖିôଥାଏ । ସେହିଭଳି କ୍ଷୀର ବାହ୍ୟ ଅଙ୍ଗ ଯଥା ମୁହଁ ବା ତ୍ୱଚା ଲାଗି ଅତ୍ୟନ୍ତ ଉପକାରୀ ଅଟେ । ତେବେ ଆସନ୍ତୁ ଜାଣିବା ତ୍ୱଚାରେ କ୍ଷୀର ଲଗାଇବା ଦ୍ୱାରା କି ଲାଭ ମିଳିଥାଏ..

ସାଧାରଣତଃ କ୍ଷୀରକୁ ମୁହଁରେ ରାତିରେ ଲଗାଯାଏ । ଏହାକୁ ରାତିରେ ଶୋଇବା ପୂର୍ବରୁ ତ୍ୱଚାରେ ମାଲିସ କରି ଶୋଇବା ଦ୍ୱାରା ଏଥିରେ ଥିବା କ୍ୟାଲସିୟମ, ପୋଟାସିୟମ ଓ ପ୍ରୋଟିନ ଭଳି ଅନେକ ତତ୍ତ୍ୱ ମିଳିଥାଏ । ଏହାବ୍ୟତୀତ ତ୍ୱଚାକୁ ଅଧିକ ପୋଷଣ ମଧ୍ୟ ମିଳିଥାଏ ।

କ୍ଷୀର ଲଗାଇବାର ଉପକାରୀତା
. ତ୍ୱଚାରେ କ୍ଷୀର ଲଗାଇବା ଦ୍ୱାରା ମୁହଁ ସଫା ଦେଖାଯାଏ ।
. ଆଖିତଳ କଳା ଦାଗ ଥିଲେ ତାକୁ ଦୂର କରିବା ପାଇଁ କଞ୍ଚା କ୍ଷୀର ଅତ୍ୟନ୍ତ ଉପକାରୀ ।
. ଖରାରେ ମୁହଁ କଳା ପଡୁଥିଲେ କଞ୍ଚା କ୍ଷୀରକୁ ମୁହଁରେ ମାଲିସ କରି କିଛି ସମୟ ପରେ ଧୋଇଲେ, ଏହା
ମୁହଁକୁ କଳା ପଡିବା ଭଳି ସମସ୍ୟା ଠାରୁ ଦୂରେଇ ରଖିଥାଏ ।
. ପ୍ରତ୍ୟେକ ଦିନ ତ୍ୱଚାରେ କଞ୍ଚା କ୍ଷୀର ମାଲିସ କରିବା ଦ୍ୱାରା ତ୍ୱଚାରେ କୁଞ୍ଚନ ଦେଖାଯଇନଥାଏା
. ଦୁଗ୍ଧକୁ ମାଲିସ କରିବା ଦ୍ୱାରା ତ୍ୱଚାରେ ହେଉଥିବା ବ୍ରଣ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
. ତ୍ୱଚାର ଚମକ ଏବଂ ଉଜ୍ଜ୍ୱଳ ବୃଦ୍ଧି ପାଇଁ ନିୟମିତ କଞ୍ଚା କ୍ଷୀର ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.