fbpx

ବାତ୍ୟା ‘ବିପର୍ଯ୍ୟୟ’ ପୂର୍ବରୁ ଭୂକମ୍ପରେ ଥରିଲା ସହର: କାଲି ଲାଣ୍ଡଫଲ କରିବ ସାଇକ୍ଲୋନ!

ଅହମ୍ମଦାବାଦ: ଆସନ୍ତା ବାତ୍ୟା ‘ବିପର୍ଯ୍ୟୟ’କୁ ନେଇ ଭୟ ବଢିବାରେ ଲାଗିଛି । ଆସନ୍ତାକାଲି ଏହି ବାତ୍ୟା ଲାଣ୍ଡଫଲ କରିପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହାର ଦିନକ ପୂର୍ବରୁ ଏହି ଭୟକୁ ଆହୁରି ବଢାଇ ଦେଇଛି ଭୂମିକମ୍ପ । ବାତ୍ୟାର ଭୟ ଭିତରେ ଭୂକମ୍ପରେ ଥରିଛି ଗୁଜୁରାଟ ସହର । ଏଠାକାର କଚ୍ଛ ଅଞ୍ଚଳରେ ସନ୍ଧ୍ୟା ୫ଟାରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଗତ ୨ ଦିନ ମଧ୍ୟରେ ଜମ୍ମୁ-କାଶ୍ମୀରରୁ ନୂଆଦିଲ୍ଲୀ ମଧ୍ୟରେ ୨ ଥର ଭୂକମ୍ପ ଅନୁଭୂତ ହୋଇ ସାରିଛି । ସେହିପରି ବାତ୍ୟା ‘ବିପର୍ଯ୍ୟୟ’ ମଧ୍ୟ ସୌରାଷ୍ଟ୍ର ଏବଂ କଚ୍ଛ ମଧ୍ୟରେ ଲାଣ୍ଡଫଲ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.