ଭୁବନେଶ୍ୱର : ଗତ କିଛି ଦିନ ହେବ ରାଜୁତି କରୁଥିଲା ତାତି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗରମ ପବନରେ ସିଝୁଥିଲେ ଲୋକେ । ତାତିି ଯୋଗୁଁ ଘରୁ ବାହାରି ପାରୁନଥିଲେ ଲୋକୋ ଉଷ୍ମ ତେଲ କଡେଇରେ ଭାଜି ହେବା ଭଳି ଅନୁଭୁତ ହେଉଥିବା ବେଳେ ରାଜଧାନୀର ଅଧିକାଂଶ ସ୍ଥାନରେ ପ୍ରବଳ ଘଡ଼ଘଡ଼ି ସାଙ୍ଗକୁ ବର୍ଷ । ରାତି ପ୍ରାୟ ୧୨ ଟାରେ ଅଚାନକ ଭାବେ ମୌସୁମୀ ଆସି ପ୍ରବଳ ବର୍ଷା ହୋଇଥିବାରୁ ସହର ବାସୀଙ୍କ ସାମାନ୍ୟ ଆରମ ଅନୁଭବ କରିଛନ୍ତି ।
ସୂଚନା ଅନୁସାରେ ପାତ୍ରପଡ଼ା ଠାରୁ ଆରମ୍ଭ କରି ପୁରୁଣା ଭୁବନେଶ୍ୱର ପର୍ଯ୍ୟନ୍ତ, ମଞ୍ଚେଶ୍ୱର ଠାରୁ ଆରମ୍ଭ କରି ରସୁଲଗଡ଼ ପର୍ଯ୍ୟନ୍ତ ଏବଂ ସହିଦନଗର, ଖାରବଳେନଗର, ରାଜମହଲ ଓ ଶିଶୁ ଭବନରେ ମଧ୍ୟବର୍ଷା ହୋଇଥିବା ଜଣା ପଡିଛି । ବର୍ଷା ହୋଇନଥିବା ସ୍ଥାନରେ କୋହଲ ପାଗ ସାଙ୍ଗକୁ ଥଣ୍ଡା ପବନ ଯୋଗୁଁ ଗରମ ଅନୂଭୁତ ହୋଇନଥିଲା ।
ଅତ୍ୟଧିକ ବର୍ଷା ହୋଇଥିବାରୁ ଅନେକ ଅଞ୍ଚଳରେ ବିଦ୍ୟୁତ ସେବାରେ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ଏହା ସର୍ବାଧିକ ୩୦ ମିନିଟ୍ ପର୍ଯ୍ୟନ୍ତ ବିଚ୍ଛିନ୍ନ ହୋଇଥିଲା । ପୂର୍ବରୁ ଅତ୍ୟଧିକ ଖରା ଯୋଗୁଁ କୌଣସି ସ୍ଥାନରେ ପାଣି ଜମି ନାହିଁ ।